ନୂଆପଡା-୮/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କୁଲିଆଡୁଙ୍ଗରୀ କ୍ଲଷ୍ଟର କରଣବାହାଲି
ପ୍ରାଥମିକ ବିଦ୍ୟାଳୟ ଆନୁକୂଲ୍ୟରେ ଅବସରକାଲୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଝାରବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଦୁଇ ଜଣ ଶିକ୍ଷକ ପ୍ରମୋଦ କୁମାର ପାତ୍ର ଓ ଉମେଶ ଚନ୍ଦ୍ର ସା ଙ୍କୁ ବିଦାୟ ସମ୍ୱର୍ଦ୍ଧନା ଦିଆଯାଇଛି। ଏହି ସଭା ରେ ସିନାପାଲି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୈତନ୍ୟ ହୋତା ମୁଖ୍ଯ ଅତିଥି ଭାବରେ ଯୋଗଦେଇ ଥିବାବେଳେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କୁଲିଆଡୁଙ୍ଗରୀ ମହେଶ୍ୱର ଗୁଆଲ ସଭାକାର୍ଯ୍ୟ ପରିଚାଲନ କରିଥିଲେ।
ଶିକ୍ଷକ ପରେଶନାଥ ପାଣିଗ୍ରାହୀ, ପଦ୍ମଲୋଚନ ନାଏକ, ବଂଶୀ ଧର ଜଗତ, ବିଦାୟୀ ଶିକ୍ଷକଙ୍କ ଉଲ୍ଲେଖନୀୟ ବଦାନ ଉପରେ ଆଳୋକପାତ କରିଥିଲେ। ମୁଖ୍ଯ ଅତିଥି ଶିକ୍ଷକ ଦ୍ୱୟକୁ ଉପଢୌକନ ଓ ମାନପତ୍ର ଦେଇ ସମ୍ୱର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗିରେନ୍ଦ୍ର ପାଢୀ, କୁଲ ଚନ୍ଦ୍ର ନାଏକ, ପବିତ୍ର ଦୁରିଆ, ବିପିନ ପାଢୀ, ଅରୁଣ ପାଢୀ ସମେତ କୁଲିଆଡୁଙ୍ଗରୀ କ୍ଲଷ୍ଟର ରେ ଥିବା ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀମାନେ ଯୋଗ ଦେଇଥିଲେ।
Comments are closed.