Odisha news

ଅଦ୍ଭୁତ ପରମ୍ପରା : ବିବାହ ରେ ବରକୁ ଦିଆଯାଏ ଯୌତୁକରେ ୨୧ଟି ବିଷାକ୍ତ ସାପ , ନଚେତ୍ ବିବାହ ବିଚ୍ଛେଦ ହୋଇଥାଏ

ନୂଆଦିଲ୍ଲୀ : ବିଶ୍ୱରେ ବିଭିନ୍ନ ସ୍ଥାନରେ ରହିଛି ବିଭିନ୍ନ ପରମ୍ପରା । ସେମିତି ସମସ୍ତ ସ୍ଥାନର ନୀତି ନିୟମ ମଧ୍ୟ ଅଲଗା । ଗୋଟିଏ ଝିଅର ବିବାହ ବୟସ ହେଲେ ତାର ପିତା ତାକୁ ଉପଯୁକ୍ତ ବରପାତ୍ର ସହ ବିବାହ ଦେଇ ଥାଆନ୍ତି । ଝିଅ ସହିତ ବିଭିନ୍ନ ଆସବାବ ପତ୍ର ଟିଭି , ଫ୍ରିଜ , ସୋଫା , ପଲଙ୍କ ଭଳି ବିଭିନ୍ନ ଉପହାର ଦିଆଯାଏ । କିନ୍ତୁ କଣ ଆପଣ ଶୁଣିଛନ୍ତି ଯୌତୁକ ରେ ଜ୍ୱାଇଁ କୁ ବିଷାକ୍ତ ସାପ ଦିଆଯିବାର କଥା । ଭାରତରେ ଗୋଟିଏ ଏଭଳି ସ୍ଥାନ ଅଛି ଯେଉଁଠି ଯୌତୁକ ରେ ବିଷାକ୍ତ ସାପ ଦିଆଯାଏ । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସମ୍ପୂର୍ଣ୍ଣ ସତ୍ୟ ଅଟେ ।

ମଧ୍ୟପ୍ରଦେଶର ଗୋଟିଏ ବିଶେଷ ସମ୍ପ୍ରଦାୟ ରେ ଏହି ପ୍ରଥା ପ୍ରଚଳିତ ହୋଇଥାଏ । ଏଠାରେ ଶଶୁର ଜ୍ବାଇଁ କୁ ବିବାହ ସମୟରେ ଯୌତୁକ ଭାବରେ ୨୧ ଟି ବିଷାକ୍ତ ସାପ ଉପହାର ସ୍ୱରୂପ ଦେଇ ଥାଆନ୍ତି । ଏହି ସମ୍ପ୍ରଦାୟ ର ମାନ୍ୟତା ଅନୁସାରେ ଯଦି ଜ୍ବାଇଁ କୁ ବିଷାକ୍ତ ସାପ ଦିଆ ନଯାଏ ତେବେ ଝିଅର ବିବାହ ବିଚ୍ଛେଦ ଶୀଘ୍ର ହୋଇଯାଏ ।

ଏହି ସମୁଦାୟ ର ଅଧିବାସୀ ମାନେ ସାପ ଧରି ନିଜର ପେଟ ପୋଷିବା କାର୍ଯ୍ୟ କରନ୍ତି । ତେଣୁ ଝିଅର ବିବାହ କାର୍ଯ୍ୟ ସ୍ଥିର ହେବା କ୍ଷଣି ତାର ପିତା ସାପ ଧରିବାକୁ ଲାଗି ପଡନ୍ତି । ଯାହା ଜ୍ବାଇଁ କୁ ଉପହାର ଭାବରେ ଦିଆଯିବ । ସେହି ସାପ କୁ ନେଇ ତାଙ୍କ ଜ୍ବାଇଁ ନିଜର ବେଉସା କରି ଝିଅର ପେଟ ପୋଷିବା ସମ୍ଭବ ହୋଇ ପାରିବ ।

Comments are closed.