ନର୍ଲା-୮/୭ ସକାଳ ଖବର ( ଦୀପକ ଠାକୁର ) ନର୍ଲା ବ୍ଲକ ଅନ୍ତର୍ଗତ କୁରମେଲ ପଞ୍ଚାୟତ ର ଗୋରକୋଲ ଗ୍ରାମର କୌତୁକ ଖମାରୀ କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ର ଅନୁସୂଚିତ ଜାତି ସେଲ ର ଉପସଭାପତି ରୂପେ ମନୋନୀତ ହୋଇଥିବାରୁ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି। ଭବାନୀପାଟଣା ଠାରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ସଭା ରେ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ ଙ୍କ ଅଧକ୍ଷ୍ୟତାରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇ ଏ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏ ଖବର ପ୍ରଚାରିତ ହେବ ପରେ ଶ୍ରୀ ଖମାରୀ ଙ୍କୁ ବିଭିନ୍ନ ସଂଗଠନ ତରଫରୁ ଶୁଭେଚ୍ଛା ର ସୁଅ ଛୁଟିଛି। ପ୍ରକାଶ ଥାଉକି ଏହା ପୂର୍ବରୁ ଶ୍ରୀ ଖମାରୀ ଜିଲ୍ଲା ପରିଷଦ ସଭ୍ୟ ରୂପେ ଦକ୍ଷତାର ସହ ପାଞ୍ଚ ବର୍ଷ କାର୍ଯ୍ୟତୁଲାଇ ସମସ୍ତଙ୍କର ଆସ୍ଥାଭାଜନ ହୋଇ ପାରିଥିଲେ।
ବହୁ ଦିନରୁ ବିଜୁବାବୁଙ୍କ ଜୀବନୀ ରୁ ଅନୁପ୍ରାଣିତ ହୋଇ ନିଷ୍ଠା ସହ ଦଳ ପାଇଁ ସିପାହୀ ହୋଇ କାର୍ୟ୍ଯ କରିଚାଲିଛନ୍ତି। ଉପରୋକ୍ତ ସଭାରେ ଅନ୍ୟ ମାନଙ୍କ ମଧରେ ଶକ୍ତି ଓ ଗୃହ ମନ୍ତ୍ରୀ କେପଟେନ ଦିବ୍ୟଶଙ୍କର ମିଶ୍ର, ନର୍ଲା ବିଧାୟକ ଭୁପିନ୍ଦ୍ର ସିଂ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର ସିଂଦେଓ( ପୁଶୁ ବାବୁ) ପରେଶ ପ୍ରଧାନ ବ୍ଲକ ସଭାପତି, ହାମେଶ ଜୈନ ବିଧାୟକ ଙ୍କ ସ୍ୱତନ୍ତ୍ର ପ୍ରତିନିଧି, ହରିଶଙ୍କର ମାଝୀ ବ୍ଲକ ଯୁବ ସଭପତି, ଓମ ପୁଝାରି ଛତ୍ର ସଭାପତି ପ୍ରମୁଖ ଉପସ୍ଥିୟ ରହି ନୂତନ ଉପସଭାପତି ଶ୍ରୀ ଖମାରୀ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।
Comments are closed.