Odisha news

୧୧ ବର୍ଷର ପିଲାଟିକୁ ପିତାମାତା ଦେଉଥିଲେ ନିର୍ଯାତନା : ପୋଲିସ୍ ର ସାହାଯ୍ୟ ନେଇ ମହିଳା ସେବିକା ଉଦ୍ଧାର କଲେ

0

ନୂଆଦିଲ୍ଲୀ : ଆମେରିକାରେ ଜଣେ ମହିଳା ନିଜ ସେବା ସମୟରେ ଗୋଟିଏ ୧୧ ବର୍ଷର ବାଳକର ଜୀବନ ବଞ୍ଚାଇ ଛନ୍ତି l ଏହି ବାଳକଟିକୁ ତାର ମା ଓ ସାବତ ବାପା ବହୁତ ମାରୁ ଥିଲେ ,ତା ଶରୀରରେ ମଧ୍ୟ ଅନେକ ଦାଗ ହୋଇଯାଇଥିଲା l ଏହି ମହିଳା ୱେଟର ଜଣଙ୍କ ସ୍ଥିତିକୁ ଦେଖି ପିଲାଟିକୁ ସାହାଯ୍ୟ କରିବା ପାଇଁ ପଚାରିଥିଲେ ଓ ନିଜର ବୁଦ୍ଧି ବଳରେ ତାର ଅଭିଭାବକଙ୍କୁ ଗିରଫ କରାଇଥିଲେ l ସେହି ମହିଳା ଜଣଙ୍କ ଗୋଟିଏ ଭୋଜନାଳୟରେ କାମ କରୁଥିଲେ l ନୂଆବର୍ଷ ଆରମ୍ଭରେ ଏହି ଭୋଜନାଳୟକୁ ଜଣେ ଦମ୍ପତ୍ତି ନିଜ ଛୁଆ ସହିତ ଆସିଥିଲେ l ୩୧ ବର୍ଷୀୟ କ୍ରିସ୍ଟେନ ଓ ୩୪ ବର୍ଷୀୟ ଟିମୋଥିଙ୍କ ସହିତ ତାଙ୍କ ଛୁଆ ମଧ୍ୟ ଆସିଥିଲା ଓ ସେ ଛୁଆଟି ଅତ୍ୟନ୍ତ ଭୟଭୀତ ହୋଇଥିବାର ଲାଗୁଥିଲା l

ସେହି ସମୟରେ ଏହି ମହିଳା ଜଣଙ୍କ ସନ୍ଦେହ କରିଥିଲେ ଯେ କିଛିବି ଗୋଟିଏ ଅସୁବିଧା ପିଲାଟି ସହିତ ହୋଇଛି l ତିନିଜଣ ଭୋଜନାଳୟକୁ ଆସିବା ପରେ ଉଭୟ ଦମ୍ପତି ନିଜ ପାଇଁ ଖାଇବା ଅର୍ଡର କରିଥିଲେ ମଧ୍ୟ ପିଲାଟି ପାଇଁ କିଛି ମଗାଇ ନଥିଲେ l ଏହା ପରେ ମହିଳା ଜଣଙ୍କ ତାଙ୍କ ପିତାଙ୍କୁ ଯାଇ ପଚାରିଥିଲେ ଯେ ପିଲାଟି କଣ ଖାଇବ ,କିନ୍ତୁ ତାଙ୍କ ପିତାମାତା କହିଲେ ସେ ଘରେ ଖାଇବା l ଏହା ପରେ ମହିଳା ଜଣଙ୍କ ଦେଖିଲେ ପିଲାଟିର ହାତରେ ବିଭିନ୍ନ କ୍ଷତ ହୋଇଛି l ତେଣୁ ସେ ଅନୁଭବ କଲେ ପିଲାଟିର ସାହାଯ୍ୟ କରିବା ଆବଶ୍ୟକ l ଏହା ପରେ ସେହି ସେବିକା ଜଣଙ୍କ ପିଲାଟି ପାଖରେ ଛୋଟ ହାତଲେଖା ଟିଏ ଛାଡିଲେ ,ଯେଉଁଥିରେ ଲେଖାଥିଲା ତମର ସାହାଯ୍ୟ ଦରକାର ଅଛିକି l

ଏହାପରେ ପିଲାଟି ମୁଣ୍ଡ ହଲାଇ ଇସାରାରେ ହଁ କରିଥିଲା l ସେବିକା ଜଣଙ୍କ ତତକ୍ଷଣକ ପୋଲିସ କୁ ସୂଚନା ଦେଇଥିଲେ l ଏହା ପରେ ପୋଲିସ ଆସି ପିଲାଟିର ପିତା ମାତାଙ୍କୁ ପଚାର ଉଚରା କରି ଗିରଫ କରିଛି l ସେବିକା ଜଣଙ୍କ ଏହାପରେ ପୋଲିସ କୁ ଗୋଟିଏ ଅଡିଓ ଶୁଣାଇ ଥିଲେ l ସେହି ଅଡିଓ ଆଧାରରେ ପୋଲିସ ପିଲାଟିର ଅଭିଭାବକଙ୍କୁ ଗିରଫ କରିଛି l ପିଲାଟି ପୋଲିସ ଆଗରେ କହିଛି ଯେ ତା ପିତାମାତା ଖୁବ ନିର୍ଯାତନା ଦେଉଥିଲେ ଓ ଦିନ ଦିନ ଧରି ଖାଇବାକୁ ମଧ୍ୟ ଦେଉ ନଥିଲେ l ଯେତେବେଳେ ତାକୁ ଡାକ୍ତର ଖାନାକୁ ନିଆ ଗଲା ତା ବୟସ ତୁଳନାରେ ତାର ଓଜନ ୧୦ କେ.ଜି କମ ଥିଲା l

Leave A Reply