ସୋର -: ସୋର ଥାନା ଅନ୍ତର୍ଗତ ସାଡଉ ଛବାଟିଆ ଗ୍ରାମର ଜେଲ ଡିଜି ସନ୍ତୋଷ କୁମାର ଉପାଧ୍ୟାୟଙ୍କ ମାଆ ବାସନ୍ତୀଙ୍କ ଏକାଦଶାହରେ ଶୋକ ପାଳନ କରାଯାଇଛି । ଗତ ୧୩ ତାରିଖ ସକାଳେ ଭଗବାନ ଉପାଧ୍ୟାୟଙ୍କ ପତ୍ନୀ ବାସନ୍ତୀଙ୍କର ୭୭ ବର୍ଷ ବୟସରେ ହୃଦ୍ଘାତରେ ବାଲେଶ୍ୱର ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ଦେହାନ୍ତ ହୋଇଥିଲା । ଗ୍ରାମରେ ସଂସ୍କାର ହୋଇଥିବା ବେଳେ ଓମ୍ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ସାବିତ୍ରୀ ଗାୟତ୍ରୀ ଆଧ୍ୟାତ୍ମିକ ପରିବାର ସହ ଜଡିତ ଥିବା ଜଣେ ଧର୍ମପ୍ରାଣା ସମାଜସେବୀ ମହିଳା ଭାବେ ସୋର ତଥା ଆଖପାଖ ଅଂଚଳରେ ବେଶ୍ ଚଳଚଂଚଳ ଜୀବନ ଅତିବାହିତ କରୁଥିଲେ । ଗତକାଲି ସାମାଜିକ ଦୂରତା ରକ୍ଷା କରାଯାଇ ତାଙ୍କର ଏକାଦଶାହ ପାଳନ ଅବସରରେ ସ୍ଥାନୀୟ ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତି ଓ ଉଚ୍ଚ ପଦସ୍ଥ ପୁଲିସ ଅଧିକାରୀଙ୍କ ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ମିଶ୍ର ଓ ସୋର ଥାନା ଭାରପ୍ରାପ୍ତ ଅଧିକାରିଣୀ ମଧୁମିତା ମହାନ୍ତି , ପ୍ରାକ୍ତନ ଜିଲା ପରିଷଦ ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ଦାଶ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ସ୍ୱର୍ଗତ ସାବିତ୍ରୀଙ୍କ ଫଟୋରେ ପୁଷ୍ପାର୍ଘ୍ୟ ଦେଇ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଥିଲେ । ବଡ ପୁଅ ଡିଜି ଜେଲ ସନ୍ତୋଷ କୁମାର ଉପାଧ୍ୟାୟ, ବହୁ ଅନୁପମା, ରାଜଶ୍ରୀ , ଦିଅର ଜଗବନ୍ଧୁ, ଗୋବର୍ଦ୍ଧନ, ଭଣଜା ବଳଭଦ୍ର, ରବୀନ୍ଦ୍ର, ଝିଆରୀ ଜ୍ୱାଇଁ ଗୈାତମ, ନାତୁଣୀ ସୈାମ୍ୟାଶ୍ରୀ ଓ ଶୁଭଶ୍ରୀ ତାଙ୍କର ସ୍ମୃତି ଚାରଣ କରିଥିଲେ ।