Odisha news

ତିହିଡି ବ୍ଲକରେ ନୂଆ ବିଡିଓ ଭାବେ ବସନ୍ତ ସାହାଣୀଙ୍କ ଯୋଗଦାନ

0

ତିହିଡି,୨୫/୦୭: ତିହିଡି ବ୍ଲକର ନୂତନ ବିଡିଓ ଭାବେ ବସନ୍ତ କୁମାର ସାହାଣୀ ଶୁକ୍ରବାର ନିଜ କାର୍ଯ୍ୟରେ ଯୋଗ ଦେଇଥିବା ଜଣାଯାଇଛି । ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଚିଠି ସଂଖ୍ୟା ୧୧୯୭୫/ତା୨୨.୦୭.୨୦ ମୂଳେ ତାଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥିବା ଜଣାଯାଇଛି । ଶ୍ରୀ ସାହାଣୀ ଏଠାରେ ପହଞ୍ଚିବା ପରେ ବିଡିଓ ଦାୟିତ୍ୱରେ ଥିବା ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତିି ।

ପ୍ରକାଶ ଯେ, ଦୀର୍ଘ ମାସ ଧରି ତିହିଡିରେ ବିଡିଓ ପଦବୀ ଖାଲି ପଡିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ତହସିଲଦାର ଶ୍ରୀ ପଣ୍ଡାଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା । କରୋନା ସମୟରେ ତହସିଲଦାର ଦାୟିତ୍ୱ ସାଙ୍ଗକୁ ବିଡିଓ ଦାୟିତ୍ୱ ତୁଲାଇବା ଶ୍ରୀ ପଣ୍ଡାଙ୍କୁ ବଡ ଅଡୁଆରେ ପକାଉଥିଲା । ତେବେ ଶ୍ରୀ ସାହାଣୀଙ୍କ ଯୋଗଦାନ ଏହାକୁ ଅନେକ ମାତ୍ରାରେ ଲାଘବ କରଛି ।

ବିଡିଓ ଶ୍ରୀ ସାହାଣୀଙ୍କର ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୀର୍ଘ ଦୁଇ ଦଶନ୍ଧି ଧରି କାର୍ଯ୍ୟ କରିଥିବାର ଅଭିଜ୍ଞତା ରହିଛି । ୨୦୧୯ ନଭେମ୍ବର ମାସରେ ତାଙ୍କର ଓଆରଏସକୁ ପଦନ୍ୱୋତି ହୋଇଥିବା ବେଳେ ସଂପ୍ରତି ଓଏଏସକୁ ପଦନ୍ୱୋତି ହୋଇଛି । ଏହା ପୂର୍ବରୁ ସେ ମୟୁରଭଞ୍ଜ ଜିଲ୍ଲାର କୁଳିଅଣା ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ତାଲିମ ଗ୍ରହଣ କରି ସିଧାସଳଖ ତିହିଡି ବିଡିଓ ଭାବେ ଯୋଗଦାନ କରିଥିବା ଜଣାଯାଇଛି । ବ୍ଲକର ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ ଲକ୍ଷ୍ୟ ରଖିଥିବା ଶ୍ରୀ ସାହାଣୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

Nalco
Leave A Reply