Odisha news

ଆସନ୍ତା ୨୨ ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି – ଝାରସୁଗୁଡା ବିମାନବନ୍ଦରର କରିବେ ଲୋକାର୍ପଣ

0

ଭୁବନେଶ୍ୱର, ୩୧ ଅଗଷ୍ଟ – ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସିବେ । ଝାରସୁଗୁଡା ଠାରେ ନିର୍ମାଣ କରାଯାଇଥିବା ବିମାନ ବନ୍ଦର ଓ ରେଳଲାଇନ୍ କୁ ପ୍ରଧାନମନ୍ତ୍ରୀ ଲୋକାର୍ପିତ କରିବେ । ଏହା ବ୍ୟତୀତ ତାଳଚେର ସାର କାରଖାନାର ପୁନରୁଦ୍ଧାର ପାଇଁ ସେ ଶିଳାନ୍ୟାସ କରିବେ । ଏହି ପ୍ରସ୍ତାବିତ ପୁନରୁଦ୍ଧାର ପ୍ରକଳ୍ପରେ ୧୩ ହଜାର କୋଟି ଟଙ୍କା ବିନିଯୋଗ କରାଯିବ । ଏଥିରେ ଆମୋନିଆ , ୟୁରିଆ , ମିଥାଇଲ ଆଦି ଉତ୍ପାଦନ କରାଯିବ । ସେହିପରି ୨ ଟି ଖଣିର ଲୋକାର୍ପଣ ମଧ୍ୟ ମୋଦି କରିବା ସହ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ପ୍ରକାଶ କରିଛନ୍ତି ।
ଶୁକ୍ରବାର ପୂର୍ବାହ୍ନରେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଝାରସୁଗୁଡ଼ା ବିମାନ ବନ୍ଦର ପରିଦର୍ଶନ କରିବା ଅବସରରେ ଏହା କହିଥିଲେ । ଶ୍ରୀ ଓରାମଙ୍କ ସହ ବିଧାୟିକା ରାଧାରାଣୀ ପଣ୍ଡା, ଏୟାରପୋର୍ଟର ନିର୍ଦେଶକ ଓ ଏୟାର୍ ଓଡ଼ିଶାର ଅଧିକାରୀମାନେ ମଧ୍ୟ ବିମାନ ବନ୍ଦର ପରିଦର୍ଶନ କରିଥିଲେ । ସେପ୍ଟେମ୍ବର ୨୨ ତାରିଖରୁ ଏଠାରୁ ପ୍ରଥମ ବିମାନ ଉଡ଼ାଣ ଅ ।ରମ୍ଭ କରିବ । ବିମାନ ବନ୍ଦର ଉଦ୍ଘାଟନ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦି ସରଡ଼େଗା-ଝାରସୁଗୁଡ଼ା ରେଳପଥ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ପ୍ରାୟ ୧ ଲକ୍ଷ ଲୋକଙ୍କ ସମାଗମ ପାଇଁ ଆୟୋଜନ କରାଯାଇଥିବା ସଭାରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବେ ।

Leave A Reply