Odisha news

ସଚିବାଳୟରେ ଦୂତିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର, ୩୧ ଅଗଷ୍ଟ : ଜାକର୍ତାରେ ଅନୁଷ୍ଠିତ ଏସିଆନ ଗେମସରେ ୧୦୦ ମିଟର ଏବଂ ୨୦୦ ମିଟର ଦୌଡ଼ରେ ଚାନ୍ଦି ପଦକ ଆଣି ଭାରତ ପାଇଁ ଗୌରବ ଆଣିଦେଇଥିବାରୁ ଦୂତୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟଠାରେ ସମ୍ବର୍ଦ୍ଧିତ କରିଥିଲେ । ଦୂତୀଙ୍କୁ ୩ କୋଟି ଟଙ୍କାର ଏକ ଚେକ ପ୍ରଦାନ କରିଥିଲେ । ଏହା ବ୍ରତୀତ ଧାବିକା ଚାନ୍ଦଙ୍କର କୋଚ ଏନ. ରମେଶଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ଏହି ଆୟୋଜିତ ଉତ୍ସବରେ କ୍ରୀଡ଼ା ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply