Odisha news

ପ୍ରଧାନମନ୍ତ୍ରୀ କିସାନ ଯୋଜନା :ଏହିଭଳି କୃଷକଙ୍କୁ ମିଳିବ ନାହିଁ ଏହି ସ୍କିମର ସୁବିଧା ,ଆସନ୍ତୁ ଜାଣିବା କଣ ରହିଛି ନିୟମ

0

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିସାନ ନିଧି ଯୋଜନାର ଲକ୍ଷ ଅଟେ ଦେଶର ଅନ୍ନଦାତା ମାନଙ୍କର ଆୟ ବୃଦ୍ଧି କରିବା l ସରକାର ଏହାକୁ ଖୁବ ସ୍ପଷ୍ଟ ଭାବରେ ଏହା ନିର୍ଧାରିତ କରିଛନ୍ତି ଯେ ଏହି ସ୍କିମର ଲାଭ କେଉଁ ଚାଷି ପାଇପାରିବେ ଓ ଚାଷ ବାସ କରୁଥିବା କେଉଁପ୍ରକାରର ଲୋକଙ୍କୁ ଏହି ଯୋଜନାର ଲାଭ ମିଳିବ ନାହିଁ l ପ୍ରଧାନମନ୍ତ୍ରୀ କିସାନ ସ୍କିମ ସହିତ ହୋଇଥିବା ଅଫିସିଆଲ ୱେବସାଇଟ ଅନୁସାରେ ଏହି ସ୍କିମର ସୁବିଧା ଏଭଳି ଚାଷିଙ୍କୁ ମିଳିବ ,ଯେଉଁମାନଙ୍କ ନାମରେ ଚାଷ ଜମି ରହିଛି l ଯଦି ଚାଷଜମି ଆପଣଙ୍କ ଜେଜେ ଓ ବାପାଙ୍କ ନାମରେ ରହିଛି ତେବେ ଆପଣଙ୍କ ନାମରେ ନହେବା ପର୍ଯ୍ୟନ୍ତ ଆପଣ ସୁବିଧା ପାଇପାରିବେ ନାହିଁ l

ଏହା ବ୍ୟତୀତ ମଧ୍ୟ ଏପରି କିଛି ବ୍ୟକ୍ତି ଅଛନ୍ତି ,ଯେଉଁମାନେ ଚାଷ କରିବା ସତ୍ୱେ ମଧ୍ୟ ଏହି ସୁବିଧା ପାଇପାରିବେ ନାହିଁ :

୧ .ସଂସ୍ଥାଗତ କୃଷକ

୨ .ଏଭଳି କୃଷକ ପରିବାର ,ଯେଉଁଥିରେ ଗୋଟିଏ କିମ୍ବା ତାଠାରୁ ଅଧିକ ବ୍ୟକ୍ତି ଏହି ଶ୍ରେଣୀରେ ରହୁଥିବେ :

* ଡାକ୍ତର ,ଇଂଜିନିୟର ,ଓକିଲ ,ଚାର୍ଟାଡ଼ ଆକାଉଣ୍ଟଟେଣ୍ଟ ଓ ଯେପରିକି ପ୍ରଫେସନାଲ ୱାର୍ତ୍ତିଟେକଚର
* ସାମ୍ବିଧାନିକ ପଦରେ ରହିଥିବା ବର୍ତମାନର କିମ୍ବା ପୂର୍ବତନ ସଦସ୍ୟ
* ଲୋକସଭା କିମ୍ବା ରାଜ୍ୟସଭାର ବର୍ତମାନ କିମ୍ବା ପୂର୍ବ ସଦସ୍ୟ
* ନଗର ପରିଷଦର ପୂର୍ବ କିମ୍ବା ବର୍ତମାନର ମେୟର ,ଜିଲ୍ଲା ପଞ୍ଚାୟତର ପୂର୍ବ କିମ୍ବା ବର୍ତମାନର ଚେୟାର ପର୍ସନ
* କେନ୍ଦ୍ର ସରକାର /ରାଜ୍ୟ ସରକାର ଓ PSUs ର ବର୍ତମାନ କିମ୍ବା ସେବାନିବୃତ ଅଧିକାରୀ ଓ କର୍ମଚାରୀ (ମଲ୍ଟି ଟାସ୍କିଂଗ ଷ୍ଟାଫ /ଚତୁର୍ଥ ବର୍ଗର କର୍ମଚାରୀ ଓ ଗ୍ରୁପ ଡି କର୍ମଚାରୀଙ୍କୁ ଛାଡି )
* ୧୦ ହଜାର ଟଙ୍କାରୁ ଅଧିକ ପେନସନ ଅର୍ଜନ କରୁଥିବା ସମସ୍ତ ପେନସନଧାରୀ (ମଲ୍ଟି ଟାସ୍କିଂଗ ଷ୍ଟାଫ /ଚତୁର୍ଥ ବର୍ଗର କର୍ମଚାରୀ ଓ ଗ୍ରୁପ ଡି କର୍ମଚାରୀଙ୍କୁ ଛାଡି )
* ଯଦି ଆପଣ ଅନ୍ୟର ଜମିକୁ ଲିଜରେ ନେଇ ଚାଷ କରୁଛନ୍ତି ତେବେ ଆପଣ ଏହି ସ୍କିମର ସୁବିଧା ପାଇବେ ନାହିଁ l
* ରେଜିଷ୍ଟ୍ରେସନ ଫର୍ମ ଜାଣିଶୁଣି ଭୁଲ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଏହି ସ୍କିମର ସୁବିଧା ମିଳିବ ନାହିଁ

PM କିସାନ ସ୍କିମ ଅନୁଯାୟୀ କେନ୍ଦ୍ର ସରକାର ପ୍ରତେକ ଶାଳପତ୍ର ଚାଷୀଙ୍କ ବ୍ୟାଙ୍କ ଖଟରେ ୩ଟି ସମାନ କିସ୍ତିରେ ସମୁଦାୟ ୬ ହଜାର ଟଙ୍କାର ସ୍କିମ ଦେଉଛି

Leave A Reply