ବିଶ୍ଵପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର 100 ତମ ମନ କି ବାତ୍ତ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି, ଭାରତୀୟ ପ୍ରତ୍ନ ତତ୍ୱ ସର୍ବେକ୍ଷଣ ସଂସ୍ଥା ଓ ଭାରତ ସରକାରଙ୍କ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରଣାଳୟ ଦ୍ଵାରା ପରିଚାଳିତ ନେହରୁ ଯୁବ କେନ୍ଦ୍ର,ଓଡ଼ିଶା ପୁରୀ ର ମିଳିତ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, କାର୍ଯ୍ୟକ୍ରମ ରେ ନେହରୁ ଯୁବ କେନ୍ଦ୍ର ପକ୍ଷରୁ ବିଭିନ୍ନ ଯୁବକ ସଂଘ ଓ ମହିଳା ମଣ୍ଡଳ ରୁ 300 ସହ ରୁ ଉର୍ଦ୍ଧ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ, ବିଭିନ୍ନ ବିଦ୍ୟାଳୟ ଯଥା କୋଣାର୍କ ଭଗବତୀ ମହାବିଦ୍ୟାଳୟ ର ଏନ ଏସ ଏସ, ଏନ ସି ସି, ଜବାହର ନବୋଦୟ ବିଦ୍ୟାଳୟ, ଆର୍ତତ୍ରାଣ କାର୍ତିକଶ୍ୱର ବିଦ୍ୟାପୀଠ, ନୂଆଗାଁ, ବଟେଶ୍ୱର ଉଚ ବିଦ୍ୟାଳୟ, କୋଣାର୍କ ଉଚ ବିଦ୍ୟାଳୟ, ଦାମୋଦର ବାଳିକା ଉଚ ବିଦ୍ୟାଳୟ, କୋଣାର୍କ ବାଳିକା ଉଚ୍ଚ ବିଦ୍ୟାଳୟ, କୋଚିଳେଶ୍ୱର ଉଚ ବିଦ୍ୟାଳୟ, ନାରାୟଣୀ ବିଦ୍ୟାପୀଠ, ନିର୍ଗୁଣ୍ଡି, ନିମାପଡା ମହାବିଦ୍ୟାଳୟ, ସ୍କାଉଟ ଓ ଗାଇଡ଼ ର ଛାତ୍ରଛାତ୍ରୀ, ବସନ୍ତ ମଞ୍ଜରୀ ପାଠାଗାର ର ହଜାର ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ, କାର୍ଯ୍ୟକ୍ରମ କୁ ପୁରୀ ସର୍କଲ ର ଅଧିକାରୀ ଶ୍ରୀଯୁକ୍ତ ଡ଼ିଜି ଗଡ଼ ନାୟକ ନେହରୁ ଯୁବକେନ୍ଦ୍ର ର ଯୁବ ସଂଯୋଜକ ଜୟ ଶଙ୍କର ଯୋଶୀ, ମ୍ୟୁଜିୟମ ର ଅଧିକାରୀ ପ୍ରତାପ ନାୟକ, ସମାଜସେବୀ ରାମକୃଷ୍ଣ ମହାନ୍ତି, ସ୍କାଉଟ ଅଧିକାରୀ ଦେବାଶିଷ ମିଶ୍ର,ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ,ପ୍ରାରମ୍ଭ ରେ ସୁଲଭ ଶୌଚାଳୟ କୁ ଅଧିକାରୀ ଓ ଛାତ୍ରୀ ମାନେ ଉଦଘାଟନ କରିଥିଲେ