Odisha news

ଛିନତାଇ ଘଟଣାରେ ମାଆ ଗୁରୁତର,ପୁଅ ଆହତ

0

ବେତନଟୀ -୨୯/୪-ଆଜି ପୂର୍ବାହ୍ନ ସମୟରେ ବେତନଟୀ ଥାନା ଅଧୀନ ୧୮ ନଂ ଜାତୀୟ ରାଜପଥର କେସିପୁର ଓଭରବ୍ରିଜ ଉପରେ ଏକ ଲାଲ ପଲସର ଦ୍ୱାରା ଛିନତାଇ ଘଟଣାରେ ମା ପୁଅ ଆସୁଥିବା ବେଳେ ଗାଡିରୁ ପଡି ମା ଗୁରୁତର ଏବଂ ପୁଅ ଅଳ୍ପ ଆହତ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ ନିଜ ବାଇକ ଯୋଗେ ଗୁହ୍ଯାପାଳ ଗ୍ରାମର ପ୍ରଦୀପ ପଣ୍ଡାଙ୍କ ସ୍ତ୍ରୀ ମିନତି ପଣ୍ଡା ଏବଂ ନିଜ ପୁଅ ସାଗର ପଣ୍ଡା ଏକ ବାଇକ ଯୋଗେ ବୈଶିଙ୍ଗା ଅଞ୍ଚଳର ଏକ ସୁଧକ୍ରିୟାରେ ଯୋଗଦାନ କରିବାକୁ ଯାଉଥିଲେ।  କେସିପୁର ଓଭରବ୍ରିଜ ଉପରୁ ଏକ ଲାଲ ରଙ୍ଗର ପଲସର ବାଇକ ଯୋଗେ ଦୁଇ ଦୁର୍ବୁତ୍ତ ପଛ ପଟୁ ଆସି ମହିଳାଙ ବେକରେ ଥିବା ଏକ ସୁନା ଚେନ ଏବଂ କାନଫୁଲକୁ ଛିଣ୍ଡାଇ ନେଇ ପଳାଇଥିଲେ। କାନଫୁଲ ଟାଣି ନେବା ପରେ ମହିଳା ଏବଂ ତାଙ୍କର ପୁଅ ଦୁଇ ଜଣ ବାଇକ ସହିତ ରାସ୍ତା ଉପରେ ଗୁରୁତର ଅବସ୍ଥାରେ  ପଡି ରହିଥିଲେ।   ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ମାନେ ଗୁରୁତର ଥିବା ମା ଏବଂ ପୁଅଙ୍କୁ ପ୍ରଥମେ କେସିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ସେମାନଙ୍କୁ ବାରିପଦା ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ମହିଳା ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଜି ରାତିରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ବେତନଟୀ ଥାନାରେ ୧୬୫/୨୩ ର ଏକ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଚାଲିଥିବା ଥାନାଧିକାରିଣୀ ସସ୍ମିତା ମହାନ୍ତ ପ୍ରକାଶ କରିଛନ୍ତି।

Leave A Reply