ଆଠଗଡ଼ ତା ୨୯/୪/୨୩ ଆଠଗଡ଼ ବ୍ଲକ ଅନ୍ତର୍ଗତ ମହାକାଳବସ୍ତ ପଞ୍ଚାୟତର ହରିପୁର, ଦହିସରା, ମଞ୍ଜରୀପଦା ଗ୍ରାମ ଦେଇ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା କାର୍ଯ୍ୟ ଚାଲିଛି, ରାସ୍ତା ପ୍ରଶସ୍ତି କରଣ କାର୍ଯ୍ୟ ଚାଲିଥିବା ବେଳେ ରାସ୍ତା କଡରେ ଥିବା ସରକାରୀ ନାଳ ପୋତି ହୋଇଯାଉଛି ଏବଂ ଆଉ କିଛି ସ୍ଥାନରେ କିଛି ପ୍ରବାହ ଶାଳୀ ଲୋକ ଜୋର ଜବରଦସ୍ତି ଜଳ ନିଷ୍କାସନ ନାଳ ପୋତି ଜବର ଦଖଲ କରିଥିବା ଆଜି ହରିପୁର, ଦହିସାର ଗ୍ରାମର 50ରୁ ଉର୍ଦ୍ଧ ଗ୍ରାମ ବାସି ମାନେ ଆଠଗଡ଼ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି, ପରେ ଏହାର ନକଲ ମାନ୍ୟବର କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଜିଲ୍ଲାପାଳ କଟକ,ଉପଜିଲ୍ଲାପାଳ ଆଠଗଡ, ଓ ପୂର୍ତ୍ତ ବିଭାଗ ଆଠଗଡ଼ ଅଧିକାରୀଙ୍କ ଅବଗତି କରାଇଛନ୍ତି , ରାସ୍ତା ନିର୍ମାଣ ଚାଲିଥିବା ବେଳେ ରାସ୍ତା କଡରେ ଯାଇଥିବା ପାଣି ନିଷ୍କାସନ ସରକାରୀ ନାଳ ପୋତି ସଂକୁଚିତ ହୋଇଯାଇଛି ଏପଟେ ଆଉ କିଛି ପ୍ରବାହ ଶାଳୀ ଲୋକ ଜବର ଦଖଲ କରି ନାଳ ପୋତି ଦେଇଛନ୍ତି, ଫଳରେ ଆସନ୍ତା ବର୍ଷା ଦିନ ପୂର୍ବରୁ ଏହି ସରାକରୀ ନାଳକୁ ପୂର୍ଣ୍ଣର ଉଦ୍ଧାର କରା ନ ଯାଏ ତାହା ହେଲେ ମହାକାବସ୍ତ ପଞ୍ଚାୟତ ହରିପୁର, ଦହିସାର, ମଞ୍ଜରିପଦା ଓ ତରଡିଙ୍ଗ ପଞ୍ଚାୟତର ତରଡିଙ୍ଗ, ଓ ବାଇଲୋ ଗ୍ରାମ ଜଳମଗ୍ନ ହେବା ସହ ହଜାର ହାଜର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ବହୁ ଧନ ଜୀବନ କ୍ଷୟ କ୍ଷତି ଘଟିବା ଚିନ୍ତାରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି, ଆଉ ତୁରନ୍ତ ପ୍ରଶାସନ ହସ୍ତ କ୍ଷେପ କରି ଚାଷୀମାନଙ୍କର ସମସ୍ୟାର ସମାଧାନ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ଚାଷୀମାନେ ଚେତାବନୀ ଦେଇଛନ୍ତି ।ଚାଷୀ ମାନଙ୍କ ମଧ୍ୟରେ ବଂଶୀଧର ରାଉତ, ସୁଜିତ ରାଉତ, ଲଷ୍ମୀଧର ଦାସ, ପ୍ରଶାନ୍ତ କୁମାର ଦାସ, ନୀଳମଣି ସାହୁ ପ୍ରମୁଖ ଶତାଧିକ ଚାଷୀ ଅଭିଯୋଗ କରିଛନ୍ତି ।