Odisha news

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିରାଗ ପାଶୱାନ ଙ୍କ ଧମକ

ନୂଆଦିଲ୍ଲୀ : ଲୋକ ଜନଶକ୍ତି ପାର୍ଟି ର ନେତା ଚିରାଗ ପାଶୱାନ ସିଧା ସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ସିଧା ସଳଖ ଆହ୍ୱାନ ଦେଇଛନ୍ତି । ଚିରାଗ ମଙ୍ଗଳବାର ଦିନ ପ୍ରେସ କଙ୍ଗରେନ୍ସ ରେ କହିଛନ୍ତି ଯେ ଯଦି ପସୂପତି ପାରସଙ୍କୁ ଯଦି କେନ୍ଦ୍ରୀୟ ମନ୍ତ୍ରୀ ମଣ୍ଡଳ ରେ ସାମିଲ କରାଯାଏ ତେବେ ମୁଁ କୋର୍ଟ କୁ ଯିବି । ରାଷ୍ଟ୍ରୀୟ ଅଧକ୍ଷ ମୁଁ , ପାର୍ଟି ମୋର ଅଟେ । ସମର୍ଥନ ମଧ୍ୟ ମୋ ପାଖରେ ଅଛି । ମୋର ବିନା ଅନୁମତି ରେ ଦଳର କୌଣସି ସଦସ୍ୟଙ୍କୁ ମନ୍ତ୍ରୀପଦ ଦିଆଯିବ ନାହିଁ ।
ଚିରାଗ ଏହା ମଧ୍ୟ କହିଛନ୍ତି ଯେ ଯଦି ଦଳ କୌଣସି  ବହିଷ୍କୃତ ସାଂସଦ ଙ୍କୁ ମନ୍ତ୍ରୀ କରାଯାଏ , ତେବେ ଏହା ଠିକ୍ ହେବନାହିଁ । ମୁଁ ଭାବୁଛି ବୋଧେ ଏହା ପ୍ରଧାନମନ୍ତ୍ରୀ କରିବେ ନାହିଁ । ଯଦି ଏପରି ହେଲା ତେବେ ମୁଁ ରାଜନୀତି ଓ  ନ୍ୟାୟାଳୟ ର ଦ୍ବାରସ୍ଥ ହେବି । ଯଦି ମୋ ଦାଦା ଙ୍କୁ ମନ୍ତ୍ରୀ କରିବେ ତେବେ JDU ରେ ସାମିଲ କରି କରନ୍ତୁ LJP ରେ ନୁହେଁ ।
ସେ କହିଛନ୍ତି ମୋ ପିତାଙ୍କ ସ୍ବପ୍ନକୁ ପାଦରେ ଦଳି ଯେଉଁମାନେ ଅଲଗା ଦଳ କରିଛନ୍ତି ସେମାନଙ୍କୁ ଯଥା ଶୀଘ୍ର ନିଷ୍କାସିତ କରାଯାଉ । ନିର୍ବାଚନ ଅଧିକାରୀ ଙ୍କୁ ମଧ୍ୟ ଏହି ବିଷୟରେ ସୂଚନା ଦେଇଛନ୍ତି । ନିର୍ବାଚନ ଆୟୋଗ ରେ ମଧ୍ୟ ସେ ଏହି ବିଷୟରେ ଦାବି କରି ନାହାନ୍ତି । ନିଜକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ କହି ନାହାନ୍ତି ।
Nalco

Comments are closed.