ବାଲିଚନ୍ଦ୍ରପୁର: ବଡ଼ଚଣା ବ୍ଲକ ପତରାଜପୁର ପଞ୍ଚାୟତର ମେଘା ଖାଁ (୪୫) ସୁଦୂର କୋରାପୁଟ ଜିଲ୍ଲାରେ ରହି ଶ୍ରମିକଭାବେ କାର୍ଯ୍ୟ କରୁଥିଲେ । ଲକ୍ ଡାଉନ୍ ହେବା କାରଣରୁ ସେ ନିଜ ଗାଁ କୁ ଫେରି ପାରି ନ ଥିଲେ । ଫେରିବା ପାଇଁ କିଛି ଉପାୟ ନ ପାଇ ସେ ଚାଲି ଚାଲି ଆସିବା ନିଷ୍ପତ୍ତି ନେଇ ଗତ ମାସ ୬ ତାରିଖ ଦିନ ସେଠାରୁ ବାହାରି ଥିଲେ । ଦୁଇ ଦିନ ପରେ ରାସ୍ତାରେ ଚାଲି ଚାଲି ଆସୁଥିବା ସମୟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେବା ଫଳରେ ତାଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିଲା ।
ସ୍ଥାନୀୟ ଅଞ୍ଚଳର କିଛି ଯୁବକ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରି ଏକ କମ୍ପାନୀ ଗାଡ଼ିରେ ଗାଁ କୁ ପଠାଇବା ପାଇଁ ବ୍ୟବସ୍ଥା କରିଥିଲେ । ମେଘା ଜଣେ ଗରିବ ଦିନ ମଜୁରିଆ ଶ୍ରେଣୀ ର ଲୋକ । ତାର ବାପା, ମା, ସ୍ତ୍ରୀ ଓ ୩ ଗୋଟି ପିଲାଙ୍କୁ ନେଇ ତାର ପରିବାର । ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ଥିଲା । ମୁଲ ଲାଗି ଯାହା ଦି ପଇସା ରୋଜଗାର କରେ ସେଥିରେ ପରିବାର ଚଳେ । ଏବେ ଲକ୍ ଡାଉନ୍ ସାଙ୍ଗକୁ ତାର ଗୋଡ଼ ଭାଙ୍ଗି ଯାଇଥିବାରୁ ପରିବାରଟି ଶୋଚନୀୟ ପରିସ୍ଥିତି ଦେଇ ଗତି କରୁଛି । ଅର୍ଥ ଅଭାବରୁ ନା ଦି ଓଳା ଖାଇ ପାରୁଛନ୍ତି ନା ଚିକିତ୍ସା ପାଇଁ ଯାଇ ପାରୁଛନ୍ତି । ଦିନକୁ ଦିନ ତାର ସେହି ଭଙ୍ଗା ଗୋଡ଼ଟି ଗୁରୁତର ହେବାରେ ଲାଗିଛି । କେବେ କେବେ କେହି ସ୍ୱେଚ୍ଛାସେବୀ ଅନୁଷ୍ଠାନ ପହଞ୍ଚô ଯତ୍ କିଞ୍ଚିତ ଖାଦ୍ୟ ବ୍ୟବସ୍ଥା କରିଥିବା ଦେଖା ଯାଇଛି ।
ଏହି ଖବର ପାଇ ବାଲିଚନ୍ଦ୍ରପୁର ଥାନାଧିକାରୀ ସୁକାନ୍ତ କୁମାର ପାତ୍ର ମେଘା ଘରେ ପହଞ୍ଚô ତାର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଏକ ଆଶା ବାଡ଼ି ପ୍ରଦାନ କରିଛନ୍ତି । ଶ୍ରୀ ପାତ୍ରଙ୍କର ଏତାଦୃଶ କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିବା ସହ ମେଘାକୁ ସରକାରୀ ସହାୟତା ଓ ଚିକିତ୍ସା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ।