Odisha news

ବାଲିଚନ୍ଦ୍ରପୁର : କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

0

ବାଲିଚନ୍ଦ୍ରପୁର : କରୋନା ଯୋଦ୍ଧା ମାନଙ୍କର ମନବଳ ବଢ଼େଇବା ପାଇଁ ଆଜି ବଡ଼ଚଣା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ନିଆରା ଢଙ୍ଗରେ କାର୍ଯ୍ୟକ୍ରମ କରାଯାଇଛି । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ଥାନାରେ ଯୁବ ମୋର୍ଚ୍ଚାର ସଦସ୍ୟମାନେ ପହଞ୍ଚô କରୋନା ଯୋଦ୍ଧାର ଏକ ଅଙ୍ଗଭାବେ ପୋଲିସ ବନ୍ଧୁମାନଙ୍କୁ ଫୁଲ ଚନ୍ଦନ ଦେଇ ବନ୍ଦାପନା କରିବା ସହ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ଏଥିରେ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସୁକାନ୍ତ କୁମାର ପାତ୍ର, ଉପଅଧିକାରୀ ମନୋଜ କୁମାର ପଣ୍ଡା, ଶୁଭସ୍ମିତା ରାୟ, ଶୁଭଶ୍ରୀ ସିଂହଙ୍କ ସମେତ ଅନ୍ୟ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଥାନା ପକ୍ଷରୁ ଥାନାଧିକାରୀ ଶ୍ରୀ ପାତ୍ର ଏଭଳି ସଙ୍କଟ ସମୟରେ ପୋଲିସ ଭାଇମାନଙ୍କ ମନବଳ ବଢ଼ାଇବା ପାଇଁ ଯୁବ ବନ୍ଧୁମାନଙ୍କ ଦ୍ୱାରା ଏପରି ପ୍ରୟାସକୁ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଥିଲେ । ଯୁବମୋର୍ଚ୍ଚା ପକ୍ଷରୁ ନିହାର ସାମଲ, ସୌମ୍ୟରଞ୍ଜନ ନାୟକ, ଦିପକ ସାମଲ, ପ୍ରଶାନ୍ତ ଜେନା ଓ ନୃସିଂହ ଚରଣ ସିଂହ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave A Reply