Odisha news

ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଏନଟିପିସି କଣିହାଁର ସଫଳତା

0

କଣିହାଁ,- କୋଭିଡ-୧୯ ଜନିତ ଲକଡାଉନ ତଥା ବିଭିନ୍ନ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ମଧ୍ୟ ଏନଟିପିସି, କଣିହାଁ ପାୱାର ଷ୍ଟେସନ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ସଫଳତା ପାଇଛି । ଉକ୍ତ ଷ୍ଟେସନ ଶତପ୍ରତିଶତ ପିଏଲଏଫରେ ମେ ମାସ ୯ତାରିଖ ଦିନ ଶତ ପ୍ରତିଶତ ପିଏଲଏଫ ହାସଲ କରି ବିଦ୍ୟୁତ ଉତ୍ପାଦନ କରି ସଫଳତା ହାସଲ କରିଛି । ଏଥିସହିତ ମଧ୍ୟପ୍ରଦେଶର ଏନଟିପିସି ବିନ୍ଧ୍ୟାଚଂଳ, ଛତିଶଗଡର ଏନଟିପସି ସିପତ ପାୱାର ଷ୍ଟେସନ ମଧ୍ୟ ଶତପ୍ରତିଶତ ବିଦ୍ୟୁତ ଉତ୍ପାଦନ କରିଛନ୍ତି ।

ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ୨୦୨୦-୨୧ ଆର୍ଥିକ ବର୍ଷରେ ହିମାଚଳ ପ୍ରଦେଶର ଏନଟିପିସି କୋଲଡାମ୍ ଷ୍ଟେସନ ଶ୍ରେଷ୍ଠତା ହାସଲ କରିଥିବା ଏନଟିପିସି ସୁତ୍ରରୁ ପ୍ରକାଶ ।  କରୋନା ଯୋଗୁଁ ଏନଟିପିସି କଣିହାଁ ଷ୍ଟେସନ କମ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଆଇଟି ସହାୟତାରେ ପ୍ଲାଂଟ ଚଳାଇ ଉକ୍ତ ସଫଳତା ହାସଲ କରିବାରେ ସକ୍ଷମ ହୋଇଥିବା ଏନଟିପିସି ପକ୍ଷରୁ ଏକ ପ୍ରେସ ବିବୃତିରେ  ପ୍ରକାଶ କରାଯାଇଛି ।

Leave A Reply