Odisha news

ଲକ୍ ଡାଉନ୍ ର ସୁଯୋଗ ନେଇ ଚୋରା କାରବାର ବୃଦ୍ଧି, ଜଙ୍ଗଲ ବିଭାଗ ଦ୍ୱାରା ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ୍

0

ବନ୍ତଳା: ସଂମ୍ପ୍ରତି ଲକ୍ ଡାଉନ୍ ଏବଂ କୋଭିଡ-୧୯ କାର୍ଯ୍ୟରେ ପ୍ରଶାସନର ବ୍ୟସ୍ତତା ଆଢ଼ୁଆଳରେ ବନ୍ତଳା ଥାନା ଅଚଂଳରେ ବ୍ୟାପକ ମୂଲ୍ୟବାନ ଚୋରା କାଠ କାରବାର ବୃଦ୍ଧି ପାଇଥିବା ଦେଖା ଯାଇଛି । କିଛି ଦିନ ତଳେ ବନ୍ତଳା ଅଚଂଳରେ ବହୁଳ ଭାବେ କାଠରେ ନିର୍ମିତ ଆସବାବପତ୍ର ଚୋରାରେ ତିଆରି ହେଉଥିବା କାରଖାନାରେ ବନ ବିଭାଗ ଅଧିକାରୀ ମାନେ ଚଢ଼ାଉ କରି ଲକ୍ଷାଧିକ ଟଙ୍କା ମୂଲ୍ୟର କାଠ ଫର୍ଣ୍ଣିଚର ଜବତ କରିଥିବା ବେଳେ ମଙ୍ଗଳବାର ଦିନ ପୁଣି ବନ ବିଭାଗ ଅଧିକାରୀ ମାନେ ବନ୍ତଳା ଅଚଂଳରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କା ମୂଲ୍ୟର ବହୁ ମୂଲ୍ୟବାନ କାଠ ଜବତ କରିଥିବା ଜଣାଯାଇଛି ।

ଘଟଣାରୁ ପ୍ରକାଶ ଯେ, ମଙ୍ଗଳବାର ଦିନ ବନ୍ତଳା ଥାନା ଅନ୍ତର୍ଗତ ବଲାସିଂହା ବାଲିସାହି ଗାଁରେ ବେଆଇନ ଭାବେ ବହୁ ମୂଲ୍ୟବାନ କାଠ ମାଫିଆ ମାନେ ଗଚ୍ଛିତ ରଖାଯାଇଥିବାର କୋ÷ଣସି ସୂତ୍ରରୁ ଖବର ପାଇ ଡିଓଫଙ୍କ ନିଦେ୍ର୍ଦଶରେ ବନ୍ତଳା ବନାଚଂଳ ଅଧିକାରୀ ବିନ୍ଦୁ ପ୍ରସାଦ ପ୍ରଧାନ ସଦଳବଳେ ସେଠାରେ ଯାଇ ଚଢ଼ାଉ କରିଥିଲେ ।

ଏହି ଚଢ଼ାଉ ସମୟରେ ସେଠାରୁ ୧୯.୫୧୦ ସିଫ୍ଟି ଶାଗୁଆନ, ୫.୪୫୩ ସିଫ୍ଟି ଜାମୁ, ୩.୪୪୦ ସିଫ୍ଟି କଷି କାଠ କୁ ଜବତ କରିଥିଲେ । ହେଲେ ଏହି ଚଢ଼ାଉର ଖବର ପାଇ କାଠ ମୋଫିଆ ମାନେ ଫେରାର ହୋଇଯାଇଥିବା ବେଳେ ବନ ବିଭାଗ ଅଧିକାରୀ ମାନେ କାହାକୁ ଗିରଫ କରିନଥିବା ଜଣାଯାଇଛି ।

Govt
Leave A Reply