ଭୁବନେଶ୍ୱର : ରାଜ୍ୟର ଗ୍ରୀନ ଜୋନରେ ଚାଲିବ ବସ୍ । ବସ୍ରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଚଲାଇବା କ୍ଷତି ହେବ ବୋଲି ସଙ୍ଘ ଦାବି ରଖିଥିଲା । ମାତ୍ର ଏବେ ଗାଡି ଭଡ଼ାକୁ ଦୁଇଗୁଣ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ହୋଇଛି । ଏନେଇ ପରିବହନ ବିଭାଗ ପଠାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି (ବୁଧବାର)ଠାରୁ କଟକ- ଭୁବନେଶ୍ୱରରେ ଚାଲିବ ବସ୍ ।