” ଜିମ୍ପାଇ ଜିମ୍ପାଇ ” ହେଉଛି ବିଶ୍ଵର ସବୁଠୁ ଭୟଙ୍କର ଗଛ । ଏହା ଦେଖିବାକୁ ଗୋଟିଏ ସାଧାରଣ ଗଛ ଅଟେ । କିନ୍ତୁ ଏହି ଗଛର ପତ୍ର କୁ ସ୍ପର୍ଶ କରିବା ମାତ୍ରକେ ଯେପରି ଅନୁଭବ ହୋଇଥାଏ ବିଜୁଳୀ ଆଘାତ ଲାଗିବା ଭଳି କିମ୍ବା କେହି ଯେପରି ଏସିଡ ଢାଳି ଦେଲା । ଏହି ଗଛଟି ଏଭଳି ଯନ୍ତ୍ରଣା ଦେଇଥାଏ ସତେକି ଇଚ୍ଛା ହୋଇଥାଏ ଆତ୍ମହତ୍ୟା କରିବା ପାଇଁ । ତେଣୁ ଏହି ଗଛଟିର ଅନ୍ୟନାମ ” ସୁଇସାଇଡ୍ ପ୍ଲାଣ୍ଟ ” ।
ଏତେ ବିପଦ ଜନକ ହେବା ସତ୍ତ୍ବେ ବ୍ରିଟେନ ରେ ଜଣେ ବ୍ୟକ୍ତି ଏହି ଗଛଟିକୁ ନିଜ ବଗିଚାରେ ଚାଷ କରିଛନ୍ତି , କାହିଁକି ନା ସେ ପୁରୁଣା ଗଛ ଗୁଡ଼ିକୁ ଦେଖି ଖୁସି ଅନୁଭବ କରୁ ନଥିଲେ । କିଛିଟା ନୂଆ କରିବାକୁ ଚାହୁଁଥିଲେ ।
ଡେଲିମେଲ ର ସୂଚନା ଅନୁସାରେ ଡାନିଏଲ୍ ଜୋନ୍ସ୍ ନାମକ ଅକ୍ସଫର୍ଡ ବିଶ୍ଵବିଦ୍ୟାଳୟ ର ଜଣେ ପ୍ରଫେସର ଖୁବ୍ ସାବଧାନତା ସହକାରେ ଏହି ଗଛକୁ ନିଜ ବଗିଚାରେ ଚାଷ କରିଛନ୍ତି । ସେ କହିଛନ୍ତି ଯେ ମୁଁ ଆଦୌ ମୂର୍ଖତା ଭାବରେ ଏହି ଗଛ ଲଗାଉ ନାହିଁ , ଖୁବ୍ ସାବଧାନତା ବଶତଃ ଲଗାଉଛି । ଡାନିଏଲ୍ କହିଥିଲେ ଯେ ମୁଁ କିଛି ରୋମାଞ୍ଚିତ କାର୍ଯ୍ୟ କରିବାକୁ ଚାହୁଁ ଥିଲି ତେଣୁ ଏହାକୁ ଗୋଟିଏ ପଞ୍ଜୁରୀ ମଧ୍ୟରେ ଲଗାଇଛି ।
କାହିଁକି ଏହି ଗଛର ନାମ ରଖାଗଲା ସୁଇସାଇଡ୍ ପ୍ଲାଣ୍ଟ -:
ଗୋଟିଏ ସୂଚନା ଅନୁସାରେ ଜଣେ ବ୍ୟକ୍ତି ଏକଦା ରାସ୍ତାରେ ଯାଉ ଥିବା ସମୟରେ ମଳ ତ୍ୟାଗ ପାଇଁ ଗୋଟିଏ ସ୍ଥାନରେ ବସିଗଲା । ଏହାପରେ ସେ ଟଏଲେଟ୍ ପେପର ଭାବରେ ଏହି ଗଛର ପତ୍ର କୁ ବ୍ୟବହାର କରିଥିଲା । କିନ୍ତୁ ପର ମୁହୂର୍ତ୍ତ ରେ ସେ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କରିବାରୁ ଲାଗିଲା । ସେହି ଯନ୍ତ୍ରଣା ବେଳେ ସେ କଷ୍ଟରେ ଚିତ୍କାର କରିବାକୁ ଲାଗିଲା ଏବଂ ବାରମ୍ବାର କହୁଥିଲା ମୋର ଶରୀର ଜଳି ଉଠୁଛି । ଯେପରି କେହି ଏସିଡ କିମ୍ବା ବିଜୁଳୀ ଆଘାତ ଦେଇଛି । ସେହି ସ୍ଥାନରେ ସେ କଷ୍ଟରେ ଗଡୁ ଥାଏ , ଏହାପରେ ସେ କଷ୍ଟ ଅସମ୍ଭାଳ ହେବାରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ । ଏହାପରେ ସେହି ” ଯିମ୍ପାଇ ଜିମ୍ପାଈ ଗଛର ନାମ ସୁଇସାଇଡ୍ ପ୍ଲାଣ୍ଟ ରଖାଗଲା ।
