Odisha news

ଆଜି ହେଉଛି ମାଘ ପୂର୍ଣ୍ଣିମା: ରାଶି ଅନୁସାରେ କରନ୍ତୁ ଏହିସବୁ ଉପାୟ , ହେବ ସମସ୍ତ ପାପ ର ନାଶ

0
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ମାଘ ମାସ ହେଉଛି ଗୋଟିଏ ପବିତ୍ର ମାସ । ପ୍ରତ୍ୟେକ ବର୍ଷ ୧୨ ଟି ପୂର୍ଣ୍ଣିମା ତିଥି ଆସିଥାଏ । ପୂର୍ଣ୍ଣିମା ତିଥି ହେଉଛି ମାସର ଶେଷ ଦିନ । ଏହାର ପର ଦିନ ନୂଆ ମାସ ଆରମ୍ଭ ହୋଇଥାଏ । ହିନ୍ଦୁ ଧର୍ମରେ ମାଘ ମାସର ପୂର୍ଣ୍ଣିମା ତିଥି ଖୁବ୍ ପବିତ୍ର ଅଟେ । ମାଘ ମାସର ପୂର୍ଣ୍ଣିମା କୁ ମାଘି ପୂର୍ଣ୍ଣିମା ମଧ୍ୟ କୁହାଯାଇ ଥାଏ । ମାନ୍ୟତା ଅନୁସାରେ ଯଦି ରାଶି ଅନୁସାରେ ଏହି ପୂର୍ଣ୍ଣିମା ରେ କାର୍ଯ୍ୟ କରାଯାଏ ତେବେ ଭାଗ୍ୟର ପରିବର୍ତ୍ତନ ଆସିଥାଏ ।
ମାଘ ପୂର୍ଣ୍ଣିମା ରେ ରାଶି ଅନୁସାରେ କରନ୍ତୁ ଏହି ଉପାୟ -:
– ମେଷ ରାଶି : ମେଷ ରାଶି ର ବ୍ୟକ୍ତି ଏହି ଦିନ ଶିବ ଙ୍କୁ ମଙ୍ଗଳନଥ ଭାବରେ ଦର୍ଶନ କରି ତାଙ୍କର ଅଭିଷେକ କରନ୍ତୁ । ଏହିଦିନ ଶିବ ଲିଙ୍ଗ ଉପରେ ମସୁର ଡାଲି ଅର୍ପଣ କରିବା ଆବଶ୍ୟକ ।
– ବୃଷ ରାଶି : ବୃଷ ରାଶି ର ବ୍ୟକ୍ତି ମାନେ ଆଜିର ଦିନରେ ଓସ୍ତ ଗଛ ଉପରେ ମିଠା ଦୁଗ୍ଧ ଅର୍ପଣ କରିବା ସହ ତେଲ ର ୫ଟି ଯାଳନ୍ତୁ।
– ମିଥୁନ ରାଶି: ମାଘ ପୂର୍ଣ୍ଣିମା ଦିନ ନିଜ ଗାଧୁଆ ପାଣି ରେ ଦୁବ ଘାସ ପକାଇ ସ୍ନାନ କରିବା ସହିତ ଭଗବାନ ନାରାୟଣ ଙ୍କୁ କ୍ଷୀରି ଭୋଗ ଲଗାନ୍ତୁ ।
– କର୍କଟ ରାଶି: ମାଘ ପୂର୍ଣ୍ଣିମା ଦିନ ମହେଦେବ ଙ୍କୁ କଞ୍ଚା ଦୁଗ୍ଧ ରେ ଅଭିଷେକ କରିବା ଦ୍ୱାରା ସମସ୍ତ ମନ ବାଞ୍ଚିତ ଇଚ୍ଛା ପୂର୍ଣ୍ଣ ହେବ ।
– ସିଂହ ରାଶି : ଆଜିର ଦିନରେ ସୂର୍ଯ୍ୟ ଦେବ ଙ୍କୁ ପାଣିରେ ନାଲି ଫୁଲ ପକାଇ ଅର୍ଘ୍ୟ ଦିଅନ୍ତୁ ଓ ଗରିବ ଙ୍କୁ ଅନ୍ନ ଦାନ କରନ୍ତୁ ।
– କନ୍ୟା ରାଶି : କନ୍ୟା ରାଶି ର ବ୍ୟକ୍ତି ମାଘ ପୂର୍ଣ୍ଣିମା ଦିନ କ୍ଷୀରି ପ୍ରସ୍ତୁତ କରି ୭ଗୋଟି କନ୍ୟା ଙ୍କୁ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ସମସ୍ତ ବିଘ୍ନ ଦୂର ହେବ ।
– ତୁଳା ରାଶି : ତୁଳା ରାଶି ର ବ୍ୟକ୍ତି ଯଦି ମାଘ ପୂର୍ଣ୍ଣିମା କୌଣସି ବ୍ୟକ୍ତି ଙ୍କୁ ଘିଅ ଦାନ କରନ୍ତି ତେବେ ଏହାଦ୍ବାରା ସମସ୍ତ ସମସ୍ୟା ଦୂର ହୋଇଥାଏ ।
– ବିଛା ରାଶି: ଆଜିର ଦିନରେ ହନୁମାନ ଙ୍କ ମନ୍ଦିର ରେ ମସୁର ଡାଲି ଓ ଗୁଡ ଦାନ କରିବା ଦ୍ୱାରା ଜୀବନ ସୁଖମୟ ହେବ ।
– ଧନୁ ରାଶି : ମାଘ ପୂର୍ଣ୍ଣିମା ଦିନ ବିଷ୍ଣୁ ଙ୍କୁ ହଳଦିଆ ପୁଷ୍ପ ରେ ସୁସଜ୍ଜିତ କରି ହଳଦିଆ ରଙ୍ଗର ପ୍ରସାଦ ଅର୍ପଣ କରନ୍ତୁ ।
– ମକର ରାଶି : ମକର ରାଶି ର ବ୍ୟକ୍ତି ସୋରିଷ କିମ୍ବା ରାଶି ତେଲ ଦାନ କରନ୍ତୁ। ଏହାଛଡା ଗରିବ ଙ୍କୁ ଭୋଜନ କରାନ୍ତୁ ।
– କୁମ୍ଭ ରାଶି : ମାଘ ପୂର୍ଣ୍ଣିମା ଦିନ ହନୁମାନ ଙ୍କ ମନ୍ଦିର ରେ ପତାକା ଦାନ କରନ୍ତୁ । ଏହାଦ୍ବାରା ଜୀବନ ରେ ସଫଳତା ପ୍ରାପ୍ତି ହେବ ଓ ଜୀବନ ସୁଖମୟ ହେବ ।
– ମୀନ ରାଶି : ଆଜିର ଦିନରେ କଦଳୀ ଗଛକୁ ପୂଜା କରିବା ସହିତ ହଳଦିଆ ଫଳ ଗରିବ ଙ୍କୁ ଦାନ କରନ୍ତୁ । ଏହା ଆପଣଙ୍କ ଜୀବନ ର ସମସ୍ତ ଅସୁବିଧା ଦୂର କରିବ ।
Nalco
Leave A Reply