Odisha news

ସାମନ୍ତରାୟ ଏକାଡେମୀ ଛାତ୍ରଙ୍କ ସଫଳତା,ଅଗ୍ନିବୀର ପରୀକ୍ଷାରେ ୧୧୧ ଜଣ ମନୋନୀତ

0
ବ୍ରହ୍ମପୁର: ଅଗ୍ନିବୀର ସ୍ଥଳ ସେନା ପରୀକ୍ଷାରେ ସ୍ଥାନୀୟ ସାମନ୍ତରାୟ ଏକାଡେମୀର ୧୧୧ଜଣ ଛାତ୍ର ସ୍ଥାନ ପାଇଛନ୍ତି। ଏହି ଅବସରରେ  ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।ନିକଟରେ ପ୍ରକାଶ ପାଇଥିବା ଅଗ୍ନିବୀର ସ୍ଥଳ ସେନା ପରୀକ୍ଷାରେ ଅନୁଷ୍ଠାନ ର ଓଡ଼ିଶାର ଗଂଜାମ ବ୍ୟତୀତ ବାଲେଶ୍ୱର,ଯାଜପୁର,ଖୋର୍ଦ୍ଧା,ନୟାଗଡ଼,ଗଜପତି,କେନ୍ଦ୍ରାପଡା,ଅନୁଗୁଳ,ପୁରୀ,ବରଗଡ଼,କଟକ ଏବଂ ଭଦ୍ରକ ଜିଲ୍ଲାରୁ 111 ଜଣ ଛାତ୍ର ସ୍ଥଳ ସେନାରେ gd techinical,clerikal,tdn ଏଣ୍ଟ୍ରି ପାଇଁ ମନୋନୀତ ହୋଇଛନ୍ତି।ପରିକ୍ଷାର୍ଥୀ ମାନେ ପ୍ରଥମେ physical ପରେ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମେରିଟ ଲିଷ୍ଟରେ ସ୍ଥାନ ପାଇଥିଲେ। ସଭାରେ ମୁଖ୍ୟ ଅତିଥି ଭାବେ ହୃଷିକେଶ ପାଣିଗ୍ରାହୀ କୃତି ଛାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆଶାୟୀ ଛାତ୍ର ଛାତ୍ରୀ ଙ୍କୁ ଉଛାହ ପ୍ରଦାନ କରିଥିଲେ।ଅନୁଷ୍ଠାନର ପ୍ରତିଷ୍ଠାତା ଲଳିତ ମୋହନ ସାମନ୍ତରାୟ କୃତି ଛାତ୍ର ଛାତ୍ରୀଙ୍କୁ ନିଷ୍ଠା ଓ କର୍ତ୍ୟବ୍ୟ ପରାୟଣତାର  ମନ୍ତ୍ର ଦେଇଥିଲେ।ପୂର୍ବତନ ତହସିଲଦାର ଦୁର୍ଗା ପ୍ରସାଦ ମିଶ୍ର ଛାତ୍ର ଦେଶର ଭବିଷ୍ୟତ ସେ ହିଁ ଦେଶ ସୁରକ୍ଷା ର ଦାୟିତ୍ୱ ବହନ କରିବା ଉଚିତ ବୋଲି ବକ୍ତବ୍ୟ ଦେଇଥିଲେ।ଅନୁଷ୍ଠାନର ନିର୍ଦେଶକ ଦେବେଶ ସାମନ୍ତରାୟ ଛାତ୍ର ଛାତ୍ରୀଙ୍କ ସଫଳତାକୁ ଭୁୟସୀ ପ୍ରଶଂସା କରିବା ସହ ଏଥିପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଙ୍କୁ ଉଛାହିତ କରିବ ବୋଲି କହିଥିଲେ।ଆଇନଜୀବୀ ଗୋକୁଳ ତ୍ରିପାଠୀ ବକ୍ତବ୍ୟ ଦେବା ସହ ମଞ୍ଚ ପରିଚାଳନା କରିଥିଲେ।ନିର୍ଦେଶକ ଦେବେଶ ସାମନ୍ତରାୟଙ୍କ ତତ୍ୱାବଧାନରେ  ଏକାଡେମୀର ଅନେକ ପୁରୁଣା ଛାତ୍ର ଓ ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ।
Nalco
Leave A Reply