ରାହାମା ୫/୨ କୁଜଙ୍ଗ ବ୍ଲକ ଅଧୀନ ସାଇଲୋ ଗ୍ରାମପଞ୍ଚାୟତ ରାଇଗଣ ଗ୍ରାମର ଶିକ୍ଷାବିତ୍ ତଥା ସାରଳା ମହାବିଦ୍ୟାଳୟ ରାହାମାର ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ଚୌଧୁରୀଙ୍କର 81ବର୍ଷ ବୟସରେ ଆଜି ଅଗ୍ନି ଉତ୍ସବ ମାଘ ପୁର୍ଣିମାର ଭୋର 3 ଟା ସମୟରେ ପରଲୋକ ଘଟିଅଛି.ସେ ଜଣେ ସ୍ନେହୀ ଛାତ୍ରଛାତ୍ରୀ ବତ୍ସଳ ଆଧ୍ୟାତ୍ମିକ ବାଦୀ ଅଧ୍ୟାପକ ଥିଲେ. ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ବଡ଼ ପୁତ୍ର ପାର୍ଥ ସାରଥୀ ଚୌଧୁରୀ ବୋହୁ ସୁଜାତା ଚୌଧୁରୀ,ସାନ ମଝିଆ ପୁଅ ସିଦ୍ଧାର୍ଥ,ସୁବର୍ଣ୍ଣ ଓ ଝିଅ ସ୍ଵାଗତିକା, ଜୋଇଁ ଭାଇ ଚୈତନ୍ୟ ଚୌଧୁରୀ, ନଳିନୀ ଚୌଧୁରୀ, ଦିଲ୍ଲୀପ ଚୌଧୁରୀ ଉପସ୍ଥିତ ଥିଲେ.ଶ୍ରୀଯୁକ୍ତ ଚୌଧୁରୀଙ୍କ ପିତା କେଶବ ଚନ୍ଦ୍ର ଚୌଧୁରୀ ସାରଳା ମହାବିଦ୍ୟାଳୟ ରାହାମା ଓ ସାଇଲୋ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ନିମନ୍ତେ ଭୂମି ଦାନ କରିଥିବାରୁ ତାଙ୍କ ନାମରେ କେଶବ ଚନ୍ଦ୍ର “କେସିଏମିଇ” ମାଇନର ସ୍କୁଲ ପ୍ରତିଷ୍ଠା କରାଯାଇଥିଲା ଯାହା ଆଜିବି ଅବିସ୍ମରଣୀୟ.ତାଙ୍କର ମରଶରୀରକୁ କର୍ମଭୂମି ସାରଳା ମହାବିଦ୍ୟାଳୟ ରାହାମା ପରିସରକୁ ନିଆ ଯିବା ସହିତ ରାହାମା ବଜାର ଓ ସାଇଲୋ ଗ୍ରାମ ପଞ୍ଚାୟତ ପରିଭ୍ରମଣର କରାଯାଇ ଶେଷରେ ଗ୍ରାମ୍ୟ ସ୍ମଶାନରେ ଶବ ସସ୍କାର କରାଯାଇଥିଲା.ଶୋକାକୁଳ ପରିବେଶରେ ଶେଷ ଦର୍ଶନ ନିମନ୍ତେ ସାଇଲୋ ଗ୍ରାମପଞ୍ଚାୟର ସରପଞ୍ଚ ସରୋଜ କୁମାର ସେଠି,ଆଇନୀଜୀବୀ କିଶୋର କୁମାର ସ୍ୱାଇଁ,ଭାଇ ଚୈତନ୍ୟ ଚୌଧୁରୀ, କୁଜଙ୍ଗ ଜିଲ୍ଲାପରିଷଦ ଶ୍ରୀ ରବିନାରାୟଣ ସାହୁ ଇତ୍ୟାଦି ଉପସ୍ଥିତ ଥିଲେ.ସମାଜସେବି ଡ଼ଃ ସୁନାକର ବେହେରା,ସାଇଲୋ ସମବାୟ ସମିତି ପୂର୍ବତନ ସଭାପତି,ଭିକାରି ଚରଣ ସେନାପତି, ଅଜୟ କୁମାର ସାହୁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ,ପୂର୍ବତନ ସରପଞ୍ଚ ତାଳପଡା ନିହାର ରଞ୍ଜନ ଲେଙ୍କା,କ୍ରୀଡା ଶିକ୍ଷକ ରଶ୍ମୀକାନ୍ତ ଦାସ,ସାଇଲୋ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଶ୍ରୀ ଶରତ କୁମାର ସାହୁ,ସାରଳା ମହା ବିଦ୍ୟାଳୟ ରାହାମାର ଅଧ୍ୟକ୍ଷ ଶ୍ରୀ ନରହରି ଦାସ,ପ୍ରାକ୍ତନ ଅଧ୍ୟକ୍ଷ ଅରବିନ୍ଦ ଚଇନି, ପ୍ର ପ୍ରଶାନ୍ତ କାନୁନଗୋ, ପ୍ର.କ୍ଷୀରୋଦ ଓଝା,ପ୍ର.ଜେନାମଣି ବିନୋଦ କୁମାର ରାଏ ,ଫକୀର ଚରଣ ଦାସ,ଶିଶିର କୁମାର ପଟ୍ଟନାୟକ, ଅଧିକାରୀ ରମାକାନ୍ତ ଦାସ, ନୃସିଂହ ଚରଣ ସେନାପତି, ସାଇଲୋ ସମବାୟ ସମିତି ସଭାପତି ଶ୍ରୀଯୁକ୍ତ ପଦୀପ ବେଉରା, ଛାତ୍ର ବ୍ରଜବନ୍ଧୁ ସାହୁ, ବାଲୁଙ୍କେଶ୍ୱର ସାହୁ ଇତ୍ୟାଦି ଶୋକବ୍ୟକ୍ତ କରିଛନ୍ତି.
