ଆସିକା : ଆସିକା ର ପୂର୍ବତନ ଲୋକସଭା ସାଂସଦ ଲଡୁ କିଶୋର ସ୍ୱାଇଁ ଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଛି। ପଥରା ଗ୍ରାମରେ ସ୍ବର୍ଗତ ସାଂସଦ ଙ୍କ ବାସଭବନ ରେ ପରିବାର ପକ୍ଷରୁ ରବିବାର ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍ବର୍ଗତ ସ୍ୱାଇଁଙ୍କ ପତ୍ନୀ ତଥା ଆସିକା ର ବିଧାୟିକା ମଞ୍ଜୁଳା ସ୍ୱାଇଁ, ପୁତ୍ର ତଥା ଗଞ୍ଜାମ ଜୋନ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ ଙ୍କ ସଂଯୋଜନାରେ ବିଜେଡି ଜିଲ୍ଲା ଓ ରାଜ୍ୟର ବହୁ ନେତୃସ୍ଥାନୀୟ ବ୍ୟକ୍ତି ବିଶେଷ ନିର୍ବାଚିତ ଜନ ପ୍ରତିନିଧି ଓ ଦଳୀୟ କର୍ମୀ ଯୋଗ ଦେଇଥିଲେ। ଶ୍ରଦ୍ଧାଞ୍ଜଳି ସଭାରେ ବକ୍ତା ମାନେ ସ୍ବର୍ଗତ ସ୍ୱାଇଁଙ୍କ ବହୁମୁଖି ପ୍ରତିଭା,କାର୍ଯ୍ୟ ଦକ୍ଷତା ଓ ଜନସେବା ମନୋବୃତ୍ତିର ସ୍ମୃତି ଚାରଣ କରିଥିଲେ।ଏହି ଅବସରରେ ପୂର୍ତ୍ତ ଓ ଖଣି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମଲ୍ଲିକ,ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଭୁବନେଶ୍ଵର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ,ସୋରଡ଼ା ବିଧାୟକପୁର୍ଣ୍ଣ ଚନ୍ଦ୍ର ସ୍ୱାଇଁ,କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ,,ଖଲ୍ଲିକୋଟ ବିଧାୟିକା,ବ୍ରହ୍ମପୁର ପୂର୍ବତନ ବିଧାୟକ ତଥା ଗଂଜାମ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏବଂ ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ସମେତ ବିଜେଡ଼ି ଦଳର ବହୁ ନେତୃସ୍ଥାନୀୟ ବ୍ୟକ୍ତି ଯୋଗ ଦେଇଥିଲେ। ଏହି ଅବସରରେ ସହସ୍ରାଧିକ ଜନସାଧାରଣ ଙ୍କ ନିମନ୍ତେ ପ୍ରସାଦ ସେବନ ର ଆୟୋଜନ କରାଯାଇଥିଲା।
