Odisha news

ବାସୋପଯୋଗୀ ୨୪ ଗ୍ରହ ଠାବ

0

ପୃଥିବୀ ବାହାରେ ଥିବା ଗ୍ରହ ଉପରେ ଜୀବନ ସନ୍ଧାନକୁ ନେଇ ବୈଜ୍ଞାନିକମାନେ ଲଗାତର ରିସର୍ଚ କରିଆସିଛନ୍ତି ଓ ଅନେକ ସମୟରେ ଅନ୍ତରୀକ୍ଷରୁ ଆଶ୍ଚର୍ଯ୍ୟ କରିଦେଲା ଭଳି ସୂଚନା ସାମ୍ନାକୁ ଆସିଛି । ଏବେ ଏକ ରିସର୍ଚରୁ ଜଣାପଡ଼ିଛି ଅନ୍ତରୀକ୍ଷରେ ଏପରି ୨୪ ଗ୍ରହ ଅଛି ଯେଉଁଠି ଜୀବନ ସମ୍ଭବ । ଏଠାରେ ବାସ କରିବା ପାଇଁ ପରିସ୍ଥିତି ପୃଥିବୀ ତୁଳନାରେ ଅଧିକ ଉତ୍ତମ । ସୂର୍ଯ୍ୟଙ୍କ ଅପେକ୍ଷା ଅଧିକ ଆଲୋକିତ ଗ୍ରହ ଅଛନ୍ତି । ୱାଶିଂଟନ୍‌ ଷ୍ଟେଟ୍‌ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏହି ଗ୍ରହକୁଡ଼ିକୁ ଚିହ୍ନଟ କରି କହିଛନ୍ତି ଏହା ପୃଥିବୀ ତୁଳନାରେ ପୁରୁଣା, ସାମାନ୍ୟ ବଡ଼ ଓ ଗରମ । ଏହି ସମସ୍ତ ଗ୍ରହ ପୃଥିବୀଠାରୁ ୧୦୦ ଆଲୋକ ବର୍ଷ ଦୂର ଅର୍ଥାତ ଏହାକୁ ପାଖରୁ ଦେଖିବା ସମ୍ଭବ ନୁହେଁ । ମୁଖ୍ୟ ବୈଜ୍ଞାନିକ ପ୍ରଫେସର୍‌ ଡିର୍କ ଶୁଲ୍‌ଜ ମକୁଚ କହିଛନ୍ତି, ଉପଲବ୍ଧ ହେବାକୁ ଥିବା ଲାଟେଷ୍ଟ ସ୍ପେସ୍‌ ଟେଲିସ୍କୋପ ଜରିଆରେ ଆମେ ଏହି ଗ୍ରହ ବିଷୟରେ ଅଧିକ ସୂଚନା ଏକତ୍ରିତ କରିପାରିବୁ । ଆମକୁ ଏପରି କିଛି ଗ୍ରହ ଉପରେ ଧ୍ୟାନ ଦେବାକୁ ହେବ ଯେଉଁଠାରେ ଏକ ଜଟିଳ ଜୀବନଯାପନ ପାଇଁ ଉତ୍ତମ ପରିସ୍ଥିତ ଥିବ । ବୈଜ୍ଞାନିକମାନେ ଏକ ସୁପର ହାବିଟିବିଲିଟି କ୍ରାଇଟେରିଆ (ଯେଉଁଠାରେ ଜୀବନର ସମ୍ଭାବନା ଅଛି) ତିଆରି କରିଛନ୍ତି ଯାହାର ବ୍ୟବହାର ଏପରି ୪୫୦୦ ଗ୍ରହଙ୍କୁ ବୁଝିବା ପାଇଁ କରାଯିବ । ଏହା ସୌରମଣ୍ଡଳ ବାହାରେ ଗ୍ରହଗୁଡ଼ିକର ପରିକ୍ରମା କରିବ ।

Leave A Reply