Odisha news

ଆକାଶରୁ ୨୦ ଦିନ ହେଲା ଅଚାନକ ନିଖୋଜ ହୋଇଯାଇଛି ବିମାନ , ଚିନ୍ତାରେ ବିମାନ କମ୍ପାନୀ

0

ଅଷ୍ଟ୍ରେଲିଆ ରେ ଗୋଟିଏ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି, ଏହି ଘଟଣା ୨ ଅଗଷ୍ଟ ରେ ଘଟି ଯାଇଛି, ସୂଚନା ଯୋଗ୍ୟ ଯେ ବିମାନ ଟି ଅଚାନକ ଆକାଶରୁ କେଉଁଆଡେ ଗାୟବ ହୋଇଗଲା, ଏବଂ ବର୍ତମାନ ସୁଧା କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ, ବିମାନ ଟିକୁ ଖୋଜିବା ପାଇଁ ଅପରେସନ ଚାଲିଛି, ଡେଲି ଷ୍ଟାର ର ସୂଚନା ଅନୁସାରେ ନିଖୋଜ ହେବା ସମୟ ରେ ବିମାନ ଟିର କୌଣସି ସମ୍ବାଦ ମିଳିନାହିଁ , ଏହି ରହସ୍ୟ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି l

ବିମାନ ଟିକୁ ଖୋଜିବା ପାଇଁ ଅନେକ ଏଜେନ୍ସି ସଂଘର୍ଷ କରୁଛନ୍ତି, ବିମାନ ଟି ୨ ଯାତ୍ରୀ ଙ୍କୁ ନେଇ ଅଗଷ୍ଟ ୨ ତାରିଖ ଦିନ ଉଡାଣ ଭରିଥିଲା, ଏବଂ ଏହି ଉଡାଣ ନିୟୁ ସାଉଥ ବେଲସ ପାଇଁ ଉଡାଣ ଭରିଥିଲା, ଏବଂ ବାସଷ୍ଟେଟ ଉପରେ ଉଡୁଥିଲା, ବିମାନ ରେ ୭୨ ବର୍ଷୀୟ ଗ୍ରୋଗରୀ ଏବଂ ତାଙ୍କ ସହିତ ୬୬ ବର୍ଷୀୟ କିମି ୱାର୍ନର ଏବଂ ତାଙ୍କର ଗୋଟିଏ କୁକୁର ମୌଲି ଥିଲେ, ବିମାନଟି ମଧ୍ୟାହ୍ନ ୧୨ ଟା ୪୫ ସମୟ ରେ ଜର୍ଜ ଟାଉନ ଏୟାରପୋର୍ଟ ରୁ ଉଡାଣ ଭରିବା ପରେ ଭିକ୍ଟୋରିଆ ରେ ଲାଣ୍ଡିଙ୍ଗ କରିବାର ଥିଲା l

ଏହି ମାମଲା ରେ ମାଲେସିଆ ଏୟାରଲାଇନ୍ସ ର ବିମାନ ମହ MH370 ମିଶୁଥିବା ଘଟଣା ମନେପଡୁଛି , ଯାହାକି ୨୦୧୪ ରେ ଅଚାନକ ଗାୟବ ହୋଇଯାଇଥିଲା , ବିମାନ ଟି କୁଆଲାଲମ୍ ପୁର ରୁ ୨୩୯ ଯାତ୍ରୀ ଙ୍କୁ ନେଇ ଉଡାଣ ଭରିଥିଲା ଏବଂ ସାଉଥ ଚାଇନା ଉପର ଦେଇ ଉଡୁଥିଲା, ଏବଂ ଅଚାନକ ଭାବରେ ରାଡ଼ାର ରୁ ଗାୟବ ହୋଇଯାଇଥିଲା, ଏବଂ ଆଜି ପର୍ଯ୍ୟନ୍ତ ଏହାର କୌଣସି ଖବର ମିଳିନାହିଁ l

Leave A Reply