ଭାରତୀୟ ବିଜ୍ଞାପନ ଜଗତକୁ ବଡ଼ ଝଟକା, ଆଡ଼ଗୁରୁ ନାମରେ ପ୍ରସିଦ୍ଧ ପିୟୁଷ ପାଣ୍ଡେ ଆଉ ନାହାନ୍ତି, ମାତ୍ର ୭୦ ବର୍ଷ ଅୟୁରେ ମୁମ୍ବାଇରେ ଶେଷ ନିଶ୍ୱାସ ନେଇଛନ୍ତି, ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡି ନାହିଁ, ପିୟୁଷ ପାଣ୍ଡେ ‘ଅବକୀ ବାର ମୋଦୀ ସରକାର, ଥଣ୍ଡା ମତଲବ କୋକାକୋଲା ‘, ଭଳି ଅନେକ ପ୍ରସିଧ ବିଜ୍ଞାପନ ର ଲେଖକ ଅଟନ୍ତି l
ପିୟୁଷ ମାତ୍ର ୨୭ ବର୍ଷ ବୟସରେ ବିଜ୍ଞାପନ ଜଗତ ରେ ପାଦ ଥାପି ଥିଲେ, ସେ ନିଜ ଭାଇ ପ୍ରସୂନ ପାଣ୍ଡେ ଙ୍କ ସହିତ କ୍ୟାରିଅର ଆରମ୍ଭ କରିଥିଲେ, ୧୯୮୨ ରେ ବିଜ୍ଞାପନ କମ୍ପାନୀ ଓଗୀଲବି ସହିତ କାମ ଆରମ୍ଭ କରିଥିଲେ, ଏହାପରେ ୧୯୯୪ ରେ ତାଙ୍କୁ ଓଗୀଲବୀ ର ବୋର୍ଡ ରେ ଚୟନ କରା ଯାଇଥିଲା, ଏବଂ ୨୦୧୬ ରେ ଭାରତ ସରକାରଙ୍କ ପକ୍ଷରୁ ପିୟୁଷ ପାଣ୍ଡେ ଙ୍କୁ ପଦ୍ମଶ୍ରୀ ରେ ସମ୍ମାନିତ କରାଯାଇଥିଲା l
କେନ୍ଦ୍ରୀୟ ମନ୍ତ୍ରୀ ପିୟୁଷ ଗୋୟଲ ନିଜ ଏକ୍ସ ହ୍ୟାଣ୍ଡେଲ ରେ ଲେଖିଛନ୍ତି ଯେ ‘ ପଦ୍ମଶ୍ରୀ ପିୟୁଷ ପାଣ୍ଡେ ଙ୍କ ନିଧନ ରେ ଦୁଃଖ ଜାହିର କରିବା ପାଇଁ ମୋ ନିକଟରେ ଶବ୍ଦ ନାହିଁ, ବିଜ୍ଞାପନ ଜଗତର ଗୋଟିଏ ଅଦ୍ଭୁତପୂର୍ବ ବ୍ୟକ୍ତିତ୍ୱ, ତାଙ୍କର ରଚନାତ୍ମକ ପ୍ରତିଭା କାହାଣୀ କହିବାର ଶୈଳୀ କୁ ଗୋଟିଏ ନୂଆ ଦିଗନ୍ତ ଦେଇଛି , ସେ ମୋ ପାଇଁ ଗୋଟିଏ ଏଭଳି ମିତ୍ର ଥିଲେ ଯାହାଙ୍କ ପ୍ରତିଭା ସମ୍ପୂର୍ଣ ବାରି ହେଉଥିଲା, ତାଙ୍କ ଶୂନ୍ୟସ୍ଥାନ ସର୍ବଦା ରହିବ, ତାଙ୍କ ପରିବାର, ପ୍ରଶଂସକ ଏବଂ ମିତ୍ର ମାନଙ୍କ ପାଇଁ ମୋର ଗଭୀର ସମବେଦନା ରହିଛି, ଓମ ଶାନ୍ତି ‘ l