ପିତୃପକ୍ଷ ହିନ୍ଦୁ ଧର୍ମର ଗୋଟିଏ ପବିତ୍ର ସମୟ, ଯେଉଁଥିରେ ପିତୃ ପୁରୁଷ ଙ୍କ ପ୍ରତି ଶ୍ରଦ୍ଧା ଏବଂ ସମ୍ମାନ ପ୍ରକଟ କରିବା ପାଇଁ ଶ୍ରାଦ୍ଧ ଏବଂ ପିଣ୍ଡଦାନ କରାଯାଇଥାଏ l ଚଳିତବର୍ଷ ପିତୃପକ୍ଷ ସେପ୍ଟେମ୍ବର ୭ ତାରିଖ ରେ ଆରମ୍ଭ ହେବ ଏବଂ ୨୧ ତାରିଖ ରେ ସମାପ୍ତ ହେବ l ଅଶ୍ୱିନ ମାସର ଅମାବାସ୍ୟା ଦିନ ପିତୃପକ୍ଷ ଆରମ୍ଭ ହୋଇଥାଏ l
ମାନ୍ୟତା ଅନୁସାରେ ପିତୃପକ୍ଷ ରେ ତୁଳସୀର ଉପଯୋଗ ର ବିଶେଷ ମହତ୍ୱ ରହିଛି, ଯଦି ଏହି ସମୟରେ ତୁଳସୀ ର ପ୍ରୟୋଗ କରାଯାଏ ତେବେ ପିତୃପୁରୁଷ ସନ୍ତୁଷ୍ଟ ହୋଇଥାଆନ୍ତି l ଜ୍ୟୋତିଷ ଶାସ୍ତ୍ରର ମାନ୍ୟତା ଅନୁସାରେ ପିତୃପକ୍ଷ ରେ ପବିତ୍ରତା ରକ୍ଷା କରିବା ପାଇଁ କିଛିଟା ଉପାୟ କରିବା ଜରୁରୀ l
ଧାର୍ମିକ ପରମ୍ପରା ଅନୁସାରେ ପିତୃପକ୍ଷ ରେ ତୁଳସୀର ପ୍ରୟୋଗ ନିହାତି କରିବା ଆବଶ୍ୟକ l ତେଣୁ ପିତୃପକ୍ଷ ର ଯେ କୌଣସି ଗୋଟିଏ ଦିନ ତୁଳସୀ ବୃକ୍ଷ ନିକଟରେ ଗୋଟିଏ ତମ୍ବା ପାତ୍ର ରଖନ୍ତୁ, ଏବଂ ନିଜ ହାତ ପାପୁଲି ରେ ଗଙ୍ଗାଜଳ ନିଅନ୍ତୁ, ଏବଂ ନିଜ ପିତୃ ପୁରୁଷ ଙ୍କୁ ୭ଥର ସ୍ମରଣ କରନ୍ତୁ, ଏହାପରେ ନିଜ ଆରାଧ୍ୟ ଦେବତା ଙ୍କ ନାମ ନେଇ ଉକ୍ତ ଗଙ୍ଗାଜଳ କୁ ତୁଳସୀ ରେ ଅର୍ପଣ କରନ୍ତୁ l ଏହାପରେ ହାତ ଯୋଡି ମା ବୃନ୍ଦାବତୀ ଙ୍କୁ ପ୍ରଣାମ କରନ୍ତୁ l