ଅଶ୍ଵିନମାସ କୃଷ୍ଣପକ୍ଷ ର ଚତୁର୍ଦଶୀ ତିଥିର ଶ୍ରାଦ୍ଧ ଶନିବାର ୨୦ ସେପ୍ଟେମ୍ବର ରେ , ଗରୁଡ଼ ପୁରାଣ ଅନୁସାରେ ଚତୁର୍ଦଶୀ ତିଥିରେ ସେହି ଲୋକମାନଙ୍କର ଶ୍ରାଦ୍ଧ କରାଯାଏ ଯେଉଁ ମାନଙ୍କର ଅକାଳମୃତ୍ୟୁ ହୋଇଥାଏ l ଯେପରିକି ଦୁର୍ଘଟଣା କାରଣରୁ କିମ୍ବା ରୋଗ ରେ ପୀଡିତ କାରଣରୁ l କିମ୍ବା ହତ୍ୟା କି ଆତ୍ମହତ୍ୟା ରେ ମୃତ୍ୟୁ ହେବା ଦ୍ୱାରା l ଚତୁର୍ଦଶୀ ର ପରଦିନ ମହାଳୟା ଶ୍ରାଦ୍ଧ ଯାହାକି ସର୍ବ ପିତୃ ସରାଧରଃ ଶେଷ ଦିନ l ସେପ୍ଟେମ୍ବର ୨୧ ତାରିଖରେ ଅମାବାସ୍ୟା ଏବଂ ସ୍ୱର୍ଯ୍ୟଗ୍ରହଣ ମଧ୍ୟ ଲାଗୁଚି l
ଏହିଦିନ ସରାଦଗ ଦେବା ଦ୍ୱାରା ପରିବାର ରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l ଏବଂ ଦୀର୍ଘାୟୁ ହେବାର ଆଶୀର୍ବାଦ ମିଳିଥାଏ l ଚଳିତ ବର୍ଷ ଚତୁର୍ଦଶୀ ତିଥି ଶନିବାର ପଡୁଥିବାରୁ ମଧ୍ୟ ବିଶେଷ ମହତ୍ୱ ରହିଛି l
ଅଗ୍ନି ପୁରାଣ ଅନୁସାରେ ଚତୁର୍ଦଶୀ ରେ ଶନିବାର ବ୍ରତ ରଖିବା ଦ୍ୱାରା ଶନିଙ୍କ ଶୁଭଦୃଷ୍ଟି ପରିବାର ଉପରେ ସର୍ବଦା ରହିଥାଏ l ଯଦି ଆପଣ ୭ଟି ଶନିବାର ବ୍ରତ ରଖିବେ ତେବେ ଜୀବନର ସମସ୍ତ କଷ୍ଟ ରୁ ମୁକ୍ତି ମିଳିଥାଏ l
– ଆଜିର ଦିନରେ ସୂର୍ଯ୍ୟପୁତ୍ର ଶନି ଙ୍କ କୃପା ପାଇବା ପାଇଁ ଶନି ମନ୍ଦିର ରେ ନିହାତି ଦର୍ଶନ କରନ୍ତୁ l
– ଯଦି ଆପଣ ଶନି ମନ୍ଦିର ଯାଉଛନ୍ତି ତେବେ ଦୀପ ଦେଇ ସାରି କଦାପି ପଛକୁ ଚାହାନ୍ତୁ ନାହିଁ l
– ଶନି ଦେବ ଙ୍କୁ ଆଜିର ଦିନରେ ଜଳାଭିଷେକ କରାଇବା ଖୁବ ଶୁଭ ଅଟେ , ଜଳରେ କାଳରାଶି ନିହାତି ଅର୍ପଣ କରନ୍ତୁ l
– ଶନିବାର ଦିନ ଶନି ସ୍ତୋତ୍ର ନିହାତି ପାଠ କରନ୍ତୁ ଏହାଦ୍ୱାରା ଜୀବନ ର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ l
* ଶନିବାର ଦିନ ହନୁମାନଙ୍କ ନିକଟରେ ସୁନ୍ଦରକାଣ୍ଡ ଏବଂ ହନୁମାନ ଚାଳିଶା ନିହାତି ପାଠ କରନ୍ତୁ l
* ଏହାଛଡା ଶନି ସ୍ୱଚାୟ ନମଃ, ସୂର୍ଯ୍ୟ ପୁତ୍ରାୟା ନମଃ ନିହାତି ପାଠ କରନ୍ତୁ l
* ମାନ୍ୟତା ଅନୁସାରେ ପିପାଳ ବୃକ୍ଷରେ ଶନି ଙ୍କ ବାସ ହୋଇଥାଏ ଏହିଦିନ ପିପାଳ ବୃକ୍ଷ ପୂଜା କରିବା ଶୁଭ ଅଟେ l