ଆଜି ଠାରୁ ଆରମ୍ଭ ହେଲା ପିତୃପକ୍ଷ ଶ୍ରାଦ୍ଧ , କଣ ପାଇଁ କାଉ ଙ୍କୁ ଶ୍ରାଦ୍ଧରେ ଖାଇବାକୁ ଦିଆଯାଏ , କଣ ରହିଛି ଏହାର ଧାର୍ମିକ ମାନ୍ୟତା
ଆମ ହିନ୍ଦୁ ଧର୍ମରେ ପୂଜା ପର୍ବ ଭଳି ଶ୍ରାଦ୍ଧ କୁ ମଧ୍ୟ ଖୁବ୍ ମହତ୍ତ୍ଵ ଦିଆ ଯାଇଥାଏ । ପିତୃ ପକ୍ଷ ଶ୍ରାଦ୍ଧ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣମୀ ଠାରୁ ଆରମ୍ଭ ହୋଇଥାଏ । ପିତୃ ପକ୍ଷ ଭାଦ୍ରବ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ରୁ ଆରମ୍ଭ ହୋଇ ଆଶ୍ୱିନ କୃଷ୍ଣପକ୍ଷ ଅମାବାସ୍ୟା ୧୫ ଦିନ ପର୍ଯ୍ୟନ୍ତ ଚାଲିଥାଏ । ହିନ୍ଦୁ ଧର୍ମରେ ପିତୃପକ୍ଷ ଶ୍ରାଦ୍ଧ ଖୁବ୍ ମହତ୍ତ୍ୱପୂର୍ଣ୍ଣ ଅଟେ ।
ଚଳିତ ବର୍ଷ ଏହା ସେପ୍ଟେମ୍ବର ୨୦ ତାରିଖ ସୋମବାର ଠାରୁ ଆରମ୍ଭ ହୋଇ ଅକ୍ଟୋବର ୬ ତାରିଖ ବୁଧବାର ପର୍ଯ୍ୟନ୍ତ ରହିବ । ଏହି ଶ୍ରାଦ୍ଧ ପକ୍ଷରେ ମାନ୍ୟତା ରହିଛି ଯେ ପିତୃ ପୁରୁଷ କାଉ ରୂପରେ ଆସି ଭୋଜନ କରି ଆତ୍ମସନ୍ତୋଷ କରି ଥାଆନ୍ତି । ଆସନ୍ତୁ ଜାଣିବା କଣ ରହିଛି ଏହାର ରହସ୍ୟ ।
କାହିଁକି କାଉକୁ ଭୋଜନ ଖାଇବାକୁ ଦିଆ ଯାଇଥାଏ –
– ଶାସ୍ତ୍ରରେ କୁହାଯାଇଛି ପିପଲ୍ ଆଉ ପିତୃ ସମାନ ଅଟନ୍ତି । ଏହିଦିନ କାଉ କୁ ଭୋଜନ ଅର୍ପଣ କରାଯାଇ ଓ ପିପଲ ଗଛ କୁ ପାଣି ଦିଆଯାଇ ପୂର୍ବ ପୁରୁଷଙ୍କୁ ଆତ୍ମ ସନ୍ତୋଷ କରାଯାଇଥାଏ । ଶ୍ରାଦ୍ଧ ଦିନ କାଉ କୁ ଛାତ ଉପରେ ଜଳ ଓ ଅନ୍ନ ଅର୍ପଣ କରାଯାଇଥାଏ ।
– ଶାସ୍ତ୍ରର ମାନ୍ୟତା ଅନୁସାରେ ଯେ କୌଣସି କ୍ଷମତା ବାନ ଆତ୍ମା କାଉ ଶରୀରରେ ରହି ପାରିବ ।
– କାଉ ଙ୍କୁ ଅତିଥି ଆଗମନ ର ସୂଚକ ଓ ପିତୃ ପୁରୁଷ ଙ୍କୁ ଆଶ୍ରୟ ଦେବାର ଆଶ୍ରୟ ସ୍ଥଳ ଭାବରେ ଗ୍ରହଣ କରାଯାଇ ଥାଏ । ମାନ୍ୟତା ଅନୁସାରେ ଶରୀରରୁ ପ୍ରାଣ ବାହାରି ଯିବାପରେ ସର୍ବ ପ୍ରଥମେ କାଉ ରୂପ ଧାରଣ କରିଥାଏ ।
– ଏପରି ମଧ୍ୟ ମାନ୍ୟତା ରହିଛି ଯେ କାଉ ଯମ ରାଜା ଙ୍କ ର ପ୍ରତିକ ଅଟେ ଓ ଆମ ପୂର୍ବ ପୁରୁଷ ଯମ ଲୋକରେ ବାସ କରନ୍ତି ।
– ଧାର୍ମିକ ମାନ୍ୟତା ଅନୁସାରେ କାଉ କୁ ଦେବ ପୁତ୍ର ମଧ୍ୟ କୁହାଯାଇ ଥାଏ ।
– କୁହାଯାଏ ଯେ କାଉ କୁ ଭୋଜନ କରାଇବା ଦ୍ଵାରା ପିତୃ ଦୋଷ ଓ କାଳ ସର୍ପ ଦୋଷ ଦୁର ହୋଇଥାଏ ।
Comments are closed.