Odisha news

ଏହି ଦେଶରେ ଅନ୍ତିମ ସଂସ୍କାର ପୂର୍ବରୁ ଭଙ୍ଗା ଯାଇଥାଏ ଦାନ୍ତ ଓ ସମ୍ପର୍କୀୟ ମାନଙ୍କ ମଧ୍ୟରେ ଭାଗ ବଣ୍ଟା ହୋଇଥାଏ

ନୂଆଦିଲ୍ଲୀ : ଜନ୍ମ ରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ରହିଛି ଅଲଗା ଅଲଗା ନିୟମ । ବ୍ରିଟେନ ରେ ରହୁଥିବା ଜଣେ ମହିଳା ଏହିଭଳି କିଛି ଅଦ୍ଭୁତ ନିୟମ ବିଷୟରେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ମହିଳା ଙ୍କ କହିବା ଅନୁସାରେ ତାଙ୍କ ପରିବାରର ଯଦି କାହାର ମୃତ୍ୟୁ ହୋଇଯାଏ ତେବେ ଅନ୍ତିମ ସଂସ୍କାର ପୂର୍ବରୁ ମୃତକ ଙ୍କ ର ସମସ୍ତ ଦାନ୍ତ ଭଙ୍ଗା ଯାଇଥାଏ ।
ଉକ୍ତ ମହିଳା ଜଣଙ୍କ ସହିତ ନିଜର ଶ୍ବଶୁର ଘରେ ଦାନ୍ତ ଭାଙ୍ଗି ରଖିବାର ପୁରୁଣା ପରମ୍ପରା ରହିଛି । ମହିଳା ଜଣଙ୍କ କହିଛନ୍ତି ଯେ ତାଙ୍କ ସମ୍ପର୍କୀୟ କିମ୍ବା ପରିବାର ସଦସ୍ୟଙ୍କ ର ଯଦି ମୃତ୍ୟୁ ହୋଇଯାଏ ତେବେ ମୃତକ ବ୍ୟକ୍ତିଙ୍କ ର ସମସ୍ତ ଦାନ୍ତ ଭାଙ୍ଗି ସମସ୍ତଙ୍କ ମଧ୍ୟରେ ବଣ୍ଟା ଯାଇଥାଏ । ଦାନ୍ତ ବାଣ୍ଟିବା ସମୟରେ ଧ୍ୟାନ ରଖାଯାଏ ଯେ ମୃତକ ବ୍ୟକ୍ତି ଙ୍କ ର ସବୁଠୁ ନିକଟତର କିଏ ? ଓ ତାଙ୍କୁ ସବୁଠୁ ଅଧିକ ଦାନ୍ତ ଦିଆ ଯାଇଥାଏ ।
ଏହି ଦାନ୍ତ ଗୁଡ଼ିକୁ ଜୀବନସାରା ନିଜ ସହିତ ରଖିବାକୁ ପଡିଥାଏ । ଯେତେବେଳେ ଉକ୍ତ ବ୍ୟକ୍ତିଙ୍କ ର ମୃତ୍ୟୁ ହୋଇଥାଏ ତାଙ୍କ ସହିତ ଦାନ୍ତ ଗୁଡ଼ିକୁ କବର ଦିଆ ଯାଇଥାଏ । ମହିଳା ଜଣଙ୍କ ଲେଖିଛନ୍ତି ଯେ ଏହି ଅଦ୍ଭୁତ ନିୟମ ତାଙ୍କର ପସନ୍ଦ ନୁହେଁ । ଏହି ଅଦ୍ଭୁତ ନିୟମ କୁ ସେ ଗ୍ରହଣ ନକରିବା କାରଣରୁ ତାଙ୍କ ବହିବହିକ ଜୀବନ ଉପରେ ପ୍ରଭାବ ପକାଇଛି । ସେ ତାଙ୍କ ସ୍ବାମୀ ଙ୍କ ର ଜେଜେମା ଙ୍କ ଦାନ୍ତ ରଖିବାକୁ ମନା କରିବାରୁ ତାଙ୍କ ସ୍ଵାମୀ ତାଙ୍କୁ ଛାଡପତ୍ର ଦେବାକୁ ବସିଲେଣି

Comments are closed.