ଚଳିତ ମାସ ୨୯ ତାରିଖ ରେ ପୌଷ ଅମାବାସ୍ୟା ରେ ଘଟୁଛି ବିଶେଷ ଯୋଗ l ଏମିତିରେ ପ୍ରତ୍ୟେକ ମାସର ଅମାବାସ୍ୟା ତିଥି ଖୁବ ମହତ୍ଵପୁର୍ଣ ହୋଇଥାଏ, କିନ୍ତୁ ପୌଷ ମାସର ଅମାବାସ୍ୟ ଦିନଟି ପିତୃ ପୁରୁଷ ଙ୍କୁ ସମର୍ପିତ ହେବ, ଏହାଦ୍ୱାରା ଅମାବାସ୍ୟା ର ମହତ୍ୱ ଖୁବ ଅଧିକ ବଢି ଯାଇଥାଏ l ମାନ୍ୟତା ରହିଛି ଯେ ପୌଷ ଅମାବାସ୍ୟାରେ ଏଭଳି କିଛି କାର୍ଯ୍ୟ କରିବା ଦ୍ୱାରା ପିତୃ ପୁରୁଷ ଙ୍କୁ ଯମ ଲୋକ ରେ ଯାତନା ରୁ ମୁକ୍ତି ମିଳିଥାଏ l
* ଅମାବାସ୍ୟା ଦିନ ୧୧ .୩୦ ଟାରୁ ଦ୍ବିପ୍ରହର ୧ ଟା ମଧ୍ୟରେ ସମୟ ଖୁବ ଶୁଭ ଅଟେ l ମାନ୍ୟତା ରହିଛି ଯେ ଏହି ସମୟ ମଧ୍ୟରେ ପିତୃ ପୁରୁଷ ନିଜ ଆତ୍ମୀୟ ମାନଙ୍କ ନିକଟରୁ ଅନ୍ନ ଓ ଜଳ ପ୍ରାପ୍ତି କରିବା ପାଇଁ ଆଶା ରଖି ଥାଆନ୍ତି l ଏହି ସମୟରେ କରାଯାଇଥିବା ଶ୍ରାଦ୍ଧ ୭ ପିଢ଼ି ପର୍ଯ୍ୟନ୍ତ ପୂର୍ବଜ ଙ୍କୁ ତୃପ୍ତି କରିଥାଏ l
* ସୁପାତ୍ର ଦେଇଥିବା ଦାନ ବ୍ୟକ୍ତି କୁ ଯଶ, ସଫଳତା ଓ ସୌଭାଗ୍ୟ ସହିତ ଅମୋଘ ଫଳ ପ୍ରଦାନ କରିଥାଏ l ପିତୃ ଦୋଷ ରୁ ମୁକ୍ତି ପାଇବା ପାଇଁ ପୌଷ ଅମାବାସ୍ୟା ଦିନ ଅନ୍ନ, ଚାଉଳ, ଦୁଗ୍ଧ, ଘିଅ, କମ୍ବଳ ଦାନ କରିବା ଖୁବ ଶୁଭ ଅଟେ l ଏହି ଦାନ ବଂଶ ବୃଦ୍ଧି କରାଇଥାଏ l
* ଅନେକ ସମୟରେ ପିତୃ ଦୋଷ କାରଣରୁ ପରିବାର ରେ ଉନ୍ନତି ରେ ବାଧା ଆସିଥାଏ l ପୌଷ ଅମାବାସ୍ୟା ରେ ଓସ୍ତ ବୃକ୍ଷ ମୂଳରେ ଜଳ, ଦୁଗ୍ଧ, ଚାଉଳ ଓ କଲା ରାଶି ଅର୍ପଣ କରନ୍ତୁ l ଏହାଦ୍ୱାରା ଜୀବନ ରେ ଅନ୍ଧକାର ଦୂର ହୋଇଥାଏ l
* ପୌଷ ଅମାବାସ୍ୟା ରେ ପବିତ୍ର ନଦୀ ରେ ସ୍ନାନ କରିବାର ଅନେକ ମହତ୍ୱ ରହିଛି l ଏହାଦ୍ୱାରା ଆରୋଗ୍ୟ ଲାଭ ହୋଇଥାଏ ଓ ଜୀବନ ରେ ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ