ପିପିଲି: ପିପିଲି ବ୍ଲକର ୨୨ନଂ ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ସୁଶ୍ରୀ ସଙ୍ଗୀତା ବେହେରା ବିଜୟୀ ହୋଇଛନ୍ତି । ଶ୍ରୀମତୀ ବେହେରା ୧୯ହଜାର ୬୫୦ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଭାସିନୀ ବେହେରା ୧୨ହଜାର ୧୭୩, କଂଗ୍ରେସ ପ୍ରାର୍ଥୀ ରୂପାଲୀ ସେଠୀ ୯୮୫ ଓ ସିପିଆଇ(ଏମଏଲ) ପ୍ରାର୍ଥୀ ସ୍ୱର୍ଣ୍ଣଲତା ବେହେରା ୭୯୩ ଖଣ୍ଡ ଭୋଟ୍ ପାଇଛନ୍ତି । ସେହିପରି ଏହି ଜୋନ୍ର ଲକ୍ଷ୍ମୀନାରାୟଣପୁର ପଞ୍ଚାୟତରେ ସମିତିସଭ୍ୟ ପଦବୀରେ ସବିତା ବେହେରା ଓ ସରପଞ୍ଚ ପଦବୀରେ ଶ୍ରଦ୍ଧାଞ୍ଜଳୀ ମଲ୍ଲିକ, କଣ୍ଟି ପଞ୍ଚାୟତରେ ସମିତିସଭ୍ୟ ପଦବୀରେ ସବିତା ନିଶଙ୍କ ଓ ସରପଞ୍ଚ ପଦବୀରେ ମୋନାଲିସା ହରିଚନ୍ଦନ, ଓରକଳ ପଞ୍ଚାୟତରେ ସମିତିସଭ୍ୟ ପଦବୀରେ ସରୋଜିନୀ ପ୍ରଧାନ ଓ ସରପଞ୍ଚ ପଦବୀରେ ସରୋଜିନୀ ପ୍ରଧାନ, ଗୋବିନ୍ଦପୁର ପଞ୍ଚାୟତରେ ସମିତିସଭ୍ୟ ପଦବୀରେ କବିତା ଖଟୋଇ ଓ ସରପଞ୍ଚ ପଦବୀରେ ସୌଦାମିନୀ ଦାସ, ପୁବାଶାସନ ପଞ୍ଚାୟତର ସମିତିସଭ୍ୟ ଆସନରେ ଚନ୍ଦ୍ରମଣୀ ବେହେରା ଓ ସରପଞ୍ଚ ଆସନରେ ରଶ୍ମୀପ୍ରଭା ଦାସ, ପମସରା ପଞ୍ଚାୟତରେ ସମିତିସଭ୍ୟ ପଦବୀରେ ମଞ୍ଜୁଲତା ମାଝୀ ଓ ସରପଞ୍ଚ ପଦବୀରେ ଅନୁପମା ନାୟକ, ପୋପରଙ୍ଗା ପଞ୍ଚାୟତର ସମିତିସଭ୍ୟ ପଦବୀରେ ପୂଜା ବେହେରା ଓ ସରପଞ୍ଚ ପଦବୀରେ ନିରଞ୍ଜନ ସେନାପତି, ପାଣିଦୋଳ ପଞ୍ଚାୟତର ସମିତିସଭ୍ୟ ପଦବୀରେ ମମତା ନାୟକ ଓ ସରପଞ୍ଚ ପଦବୀରେ ଅଜୟ କୁମାର ନାୟକ, ଭାରତୀପୁର ପଞ୍ଚାୟତର ସମିତିସଭ୍ୟ ପଦବୀରେ ବିଦୁଲତା ସ୍ୱାଇଁ ଓ ସରପଞ୍ଚ ପଦବୀରେ ଜଗନ୍ନାଥ ନନ୍ଦ ବିଜୟୀ ହୋଇଥିବା ସୂଚନା ମିଳିଛି । ଆଜି କଡା ପୁଲିସ ସୁରକ୍ଷା ମଧ୍ୟରେ ଏହି ବ୍ଲକର ୨୩ନଂ ଜିଲା ପରିଷଦ ଜୋନ୍ ଅନ୍ତର୍ଗତ ୮ଟି ପଞ୍ଚାୟତର ଭୋଟ୍ ଗଣତି ଚାଲିଛି । ୨୮ ତାରିଖରେ ୨୪ନଂ ଜିଲା ପରିଷଦ ଜୋନ୍ ଅନ୍ତର୍ଗତ ଅନ୍ୟ ୮ଟି ପଞ୍ଚାୟତର ଭୋଟ୍ ଗଣତି କରାଯିବ ।