ପିପିଲି;-ଭୁବନେରଶ୍ୱର ପୁରୀ ଜାତୀୟ ରାଜପଥର ପିପିଲି ନିକଟବର୍ତି କୈାଶଲ୍ୟାଗଙ୍ଗ ପେଟ୍ରୋଲପମ୍ପ ସାମ୍ନା ବ୍ରିଜରେ ଏକ କାର ପୁରୀ ଯାଉଥିବା ସମୟରେ ବିଳମ୍ବିତ ରାତିରେ ଧକ୍କା ହୋଇ ତଳକୁ ଖସି ପଡିଥିଲା । ଖବରପାଇ ସ୍ଥାନୀୟ ଲୋକମାନେ ଦମକଳ ବାହିନୀ ଓ ଉତ୍ତରାଫାଣ୍ଡି ପୁଲିସ ମାନଙ୍କ ସାହାର୍ଯ୍ୟରେ ଉଦ୍ଧାରକାର୍ଯ୍ୟ କରାଯାଇଥିଲା । ଘଟଣାସ୍ଥଳେ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତରଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି । ମୃତକ ହେଲେ ଦେବବ୍ରତ ଦାଶ (୩୦) ଯାଜପୁର ଜିଲ୍ଲା ସୁକିନ୍ଦାଥାନା ହାତୀବାରୀ ଗ୍ରାମ ବୋଲି ଜଣାପଡିଥିବା ବେଳେ ଅନ୍ୟଜଣ ଗୁରୁତର ତାର ସାଙ୍ଗ ଚିତରଂଜନ ରାଉତ (୩୦)ବୋଲି ପୁଲିସ ଜାଣିବାକୁ ପାଇଛି । ମୃତକ ଙ୍କ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଯାଇଛି । ଏନେଇ ପିପିଲି ଥାନାରେ କେଶ୍ ନମ୍ବର ୧/୨୦ ମାମାଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ଉତରାଫାଣ୍ଡି ଅଧିକାରୀ ପ୍ରମୋଦ କୁମାର ସାହୁ ଙ୍କ ଠାରୁ ପ୍ରକାଶ ।