ପିପିଲି… ଏହି ବ୍ଲକ ଅନ୍ତର୍ଗତ ବିଲୀପଡା ଗ୍ରାମ ର ଗଙ୍ଗାଧର ସେଠି ଏବଂ ସମାଜସେବୀ ମନ୍ଦାକିନୀ ସେଠି ଙ୍କ ଜ୍ୟେଷ୍ଠ କନ୍ୟା ସ୍ମୃତିରଶ୍ମି ଲଣ୍ଡନ ସ୍ଥିତ ମଞ୍ଚେଷ୍ଟାର ବିଶ୍ୱବିଦ୍ୟାଳୟ ରେ ରହି ସ୍ୱାସ୍ଥ୍ୟ ବିଜ୍ଞାନ କ୍ଷେତ୍ରରେ ଗବେଷଣା କରୁଥିଲେ. ସେ ସେଠାରୁ ସଫଳତା ହାସଲ କରି ଡକ୍ଟରେଟ ଉପାଧି ପାଇ ନିଜ ଗାଁ କୁ ଫେରିବା ପରେ ଗ୍ରାମ କମିଟି ଗାଁ ପ୍ରତିଭା ସ୍ମୃତି ରଶ୍ମି ଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରି ତାଙ୍କୁ ” ଗାଁ ଗୌରବ” ସମ୍ମାନ ରେ ସମ୍ମାନିତ କରାଯାଇଥିଲା. କମିଟି ସଭାପତି ଗୋପୀନାଥ ମାଝୀ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷାବିତ୍ ସଚିଦାନଁଦ ନାୟକ ଡଃ ସ୍ମୃତି ଙ୍କ ସଫଳତା ସହ ପିତା ମାତା ଏବଂ ଗାଁ ର ଗୁଣ ଗାନ କରିଥିବା ବେଳେ ସମାନିତ ଅତିଥି ଭାବେ ଶିକ୍ଷାବିତ୍ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଚରଣ ନାୟକ, ତ୍ରିନାଥ ସାମନ୍ତ ରାୟ, ଗୋଲାକ ଦାସ, ବୀଜୟ ସେଠି, ଦିପକ୍ ସାହୁ ଏବଂ ଅଶୋକ ପ୍ରଧାନ ପ୍ରମୁଖ ଯୋଗଦେଇ ତାଁକର ପ୍ରସଂଶା କରି ଥିଲେ. ସର୍ବେଶ୍ଵର ଭାରତୀ ପରିଚୟ ପ୍ରଦାନ, ଶିକ୍ଷାବିତ୍ ବାମଦେବ ବେହେରା ସଭା ପରିଚାଳନା କରିଥିବା ବେଳେ କାହ୍ନୁ ଚରଣ ବେହେରା ଧନ୍ଯବାଦ୍ ଅର୍ପଣ କରିଥିଲେ. ଡଃ ସ୍ମୃତି ରଶ୍ମି ତାଙ୍କ ବକ୍ତବ୍ୟରେ ଗାଁ ରେ ଥିବା ନବମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ କୋଚିଂ ବ୍ୟବସ୍ଥା କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ.