Odisha news

କେନ୍ଦ୍ର ର କୃଷକ ଓ ଜନ ବିରୋଧୀ ନୀତି ବିରୁଦ୍ଧରେ ପିପିଲି ରେ ବିକ୍ଷୋଭ

0
ପିପିଲି… ମୋଦୀ ସରକାର ଙ୍କ କୃଷକ ଓ ଜନ ବିରୋଧୀ ନୀତି ବିରୁଦ୍ଧରେ ଦିଲ୍ଲୀ ରେ ଚାଲୁ ଥିବା କୃଷକ ସମାବେଶ କୁ ସମର୍ଥନ କରି ସି ପି ଆଇ (ଏମ୍ ଏଲ୍) ଓ ଏ ଆଇ କେ ଏମ୍ ର ମିଳିତ ସହଯୋଗରେ ପିପିଲି ଠାରେ ବିକ୍ଷୋଭ କରିବା ସହ କୃଷକ ବିରୋଧି ଆଇନ୍ କୁ ପ୍ରତ୍ୟାହାର କରିବା, ଚୁକ୍ତି ଭିତ୍ତିକ କଳା କୃଷକ ଆଇନ୍ ବାତିଲ କରିବା ଭାଗ ଚାଷୀ ମାନଙ୍କ ପାଇଁ ଆଇନ୍ ପ୍ରଣୟନ କରିବା, ପ୍ରତି ପଞ୍ଚାୟତ ରେ ଧାନ ମଣ୍ଡି ଖୋଲିବା, ଧାନ କୁଇଣ୍ଟାଲ ପିଛା ତିନି ହଜାର ଟଙ୍କା କରିବା, ସମସ୍ତ ଚାଷ ଜମି କୁ ଜଳ ଯୋଗାଣ ଓ ଚାଷୀ ଙ୍କୁ ଷାଠିଏ ବର୍ଷ ପରେ ପେନସନ ଆଦି ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ କୁଶପୁତ୍ତଳିକା ଦାହ କରାଯାଇଛି. ଏହା ସହ ଦିଲ୍ଲୀ କୃଷକ ଆନ୍ଦୋଳନ ପାଇଁ ସଜବାଜ ହେଉ ଥିବା ସି ପି ଆଇ (ଏମ ଏଲ୍ବ୍ଲ) ର ପିପିଲି ବ୍ଲକ୍ସ ମ୍ପାଦକ ସର୍ବେଶ୍ଵର ଭାରତୀ ସୂଚନା ଦେଇଛନ୍ତି. ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ଯ କୃଷକ ସଂଗଠନ ସମ୍ପାଦକ ଅଶୋକ ପ୍ରଧାନ, କିଷାନ ପଟ୍ଟନାୟକ, ସୁନନ୍ଦ ଗଡ଼ ନାୟକ, ରାଜକିଶୋର ଶତପଥୀ, ରବିନ୍ଦ୍ର ସ୍ଵାଇଁ, ସୁରେନ୍ଦ୍ର ପଣ୍ଡା ଓ ରବିନ୍ଦ୍ର ପ୍ରଧାନ ପ୍ରମୁଖ ଏହି ବିକ୍ଷୋଭ ରେ ସକ୍ରିୟ ସହଯୋଗ କରିଥିଲେ. I
Leave A Reply