ପିପିଲି-ପିପିଲି ବ୍ଲକର ଦୃର୍ଗାଦାଶପୁର ପଂଚାୟତରେ ଚାଷି ମାନଙ୍କୁ କୃଷି ବିଭାଗ ପକ୍ଷରୁ ପୁର୍ବ ଭାରତର ସବୁଜ ବିପ୍ଲବ ଯୋଜନାରେ ଧାନ ଚାଷ ଜମି ପାଇଁ ମାଗଣା ବିହନ ବଣ୍ଟନ କରାଯାଇଛି । ଏହି ବିହନ ବିତରଣ କାର୍ଯ୍ୟକ୍ରମରେ ଯୋଗଦେଇ ଆତ୍ମା ଅଧ୍ୟକ୍ଷ ଧରଣୀଧର ସାହୁ କହିଛନ୍ତି ପିପିଲି ବ୍ଲକର ଯଥା ପମସରା ଓ ଦୃର୍ଗାଦାସପୁର ପଂଚାୟତ କୁ ପୁର୍ବ ଭାରତର ସବୁଜ ବିପ୍ଲବ ଯୋଜନାରେ ବିଧାୟକ ପ୍ରଦୀପ ମହାରଥିଙ୍କ ସୁପାରିଶରେ ରାଜ୍ୟ ସରକାର ଏହି ଦୁଇଟି ପଂଚାୟତକୁ ସାମିଲି କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ,ଆଇନିଜୀବି ଶ୍ରୀଧର ପ୍ରଧାନ,ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଆର୍ତବନ୍ଧୁ ସାମନ୍ତରାୟ, ବିଜୁ ଯୁବ ବାହିନୀ ସଭାପତି ବିଶ୍ୱଜିତ ଦାଶ ଙ୍କ ଉପସ୍ଥିତିରେ ଚାଷିମାନଙ୍କୁ ମାଗଣାରେ ବିହନ ବିତରଣ କରାଯାଇଛି । ସରକାରଙ୍କ ଏଭଳି କାର୍ଯ୍ୟକ୍ରମକୁ ଚାଷିମାନେ ବହୁତ ପ୍ରଶଂସା କରିଛନ୍ତି । ୫୦ ହେକ୍ଟର ଧାନ ଚାଷ ନିମନ୍ତେ ଖରିଫ୍ ଋତୁ୨୦୨୦ରେ ଚାଷିମାନଙ୍କୁ ମାଗଣାରେ ଧାନ ବିହନ(କଳା ଚମ୍ପା) ସହିତ ଧନିଚା ବିହନ ଯୋଗାଇ ଦିଆଯାଇଛି । ତତ୍ ସହିତ ଆବଶ୍ୟକୀୟ କୀଟନାଶକ,ଅଣୁସାର କୃଷି ବିଭାଗ ଙ୍କ ପକ୍ଷରୁ ଚାଷି ମାନଙ୍କୁ ଯୋଗାଇ ଦିଆଯିବ ବୋଲି ଗ୍ରାମ୍ୟ କୃଷିକର୍ମଚାରୀ ଲୋପାମୁଦ୍ରା ବଢେଇ ଙ୍କ ଠାରୁ ସୁଚନା ।