Odisha news

ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟକୁ ଆସିବା ମନା : ଜିଲ୍ଲାପାଳ ଯାଜପୁର

0

ଯାଜପୁର, ତା ୨୯ା୬ : (ସ.ବୁ୍ୟ) ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ବା ପବ୍ଲିକ ଅପିଂସକୁ ସାଧାରଣ ଲୋକ ମାନଙ୍କ ପାଇଁ ବାରଣ କରାଯାଇଚ୍ଥି । ଏହି ସମୟରେ ଅତ୍ୟାବଶ୍ୟକୀୟ କାର୍ଯ୍ୟ ପାଇଁ ଲୋକମାନେ ମୋବାଇଲ ପୋଂନ, ଲ୍ୟାଣ୍ଡ ପୋଂନ,ହାଟସପ ବା ଇ-ମେଲ ମାଧ୍ୟମରେ ସଂପୃକ୍ତ ଅଧିକାରୀଙ୍କ ଦୃଷ୍ଟିକୁ ଆଣି ପାରିବେ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ରଂଜନ କୁମାର ଦାସ ଆଦେଶ କରିଚ୍ଥନ୍ତି । ଗତ ୪୮ ଘଣ୍ଟା ମଧ୍ୟରେ ୮୧ ଗୋଟି ପଜିଟିଭ ବାହାରିବା ଓ ଜନୈକ ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହେବା କାରଣରୁ ସାଧାରଣ ଜନତାଙ୍କ ସମୂହ ସ୍ୱାର୍ଥ ଦୃଷ୍ଟିରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଚ୍ଥି ବୋଲି ଜିଲ୍ଲାପାଳ ଶ୍ରୀ ଦାସ ସୂଚନା ଦେଇଚ୍ଥନ୍ତି । ଲୋକମାନେ ପ୍ରାଥମିକ ପର୍ଯ୍ୟାୟରେ କରୋନା ପାଇଁ ଯେପରି ସଚେତନ ହୋଇ ଘରେ ରହୁଥିଲେ ସାମାନ୍ୟ କଟକଣା କୋହଳ ହେବା ସତ୍ତ୍ୱେ ଆଉ ନିୟନ୍ତ୍ରଣକୁ ମାନୁନାହାନ୍ତି ।

ଦୋକାନ ବଜାର ମାନଙ୍କରେ ଗହଳି ପରିଲକ୍ଷିତ ହେଉଚ୍ଥି । ଲୋକମାନେ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ବ୍ୟବହାର କରିବା ଇତ୍ୟାଦିରେ ଅବହେଳା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଚ୍ଥି । ଅପର ପକ୍ଷରେ ବିଭିନ୍ନ କାର୍ଯ୍ୟ ପାଇଁ ସରକାରୀ, ବେସରକାରୀ କାର୍ଯ୍ୟାଳୟ ମାନଙ୍କୁ ବ୍ୟକ୍ତିଗତ ବା ଦଳବଦ୍ଧ ଭାବେ ଲୋକମାନେ ଆସୁଥିବାରୁ ସାମାଜିକ ଦୂରତା ବ୍ୟାହତ ହେଉଚ୍ଥି । ସେଥିପାଇଁ ଜୁଲାଇ ମାସ ୮ ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ କୈାଣସି ବ୍ୟକ୍ତି ବା ଗୋଷ୍ଠୀଙ୍କୁ ସରକାରୀ କାର୍ଯ୍ୟାଳୟ ମାନଙ୍କୁ ବାରଣ କରାଯାଇଚ୍ଥି । ଏହି କଟକଣା ତତ୍କ୍ଷଣାତ୍ ଲାଗୁ କରାଯାଇଚ୍ଥି । ଅପର ପକ୍ଷରେ କରୋନା ଦିନକୁ ଦିନ ଅଧିକ ଲୋକଙ୍କୁ ସଂକ୍ରମିତ କରୁଥିବାରୁ ବୟସ୍କ, ଶିଶୁ, ରୁଗ୍ଣ ବ୍ୟକ୍ତିମାନେ ଆଦୈା ବାହାରକୁ ନ ଆସିବାକୁ ଶ୍ରୀ ଦାସ ଅନୁରୋଧ କରିଚ୍ଥନ୍ତି । ସରକାର ଓ ପ୍ରଶାସନ ଅନେକ ସଚେତନ କରାଇଲେଣି, ଏଣିକି ନିଜକୁ ନିଜେ ସତର୍କ ରହିବାର ସମୟ ଆସିଚ୍ଥି । ନିଜକୁ ସୁସ୍ଥ ଓ ସୁରକ୍ଷିତ ରଖି ପରିବାରକୁ ମଧ୍ୟ ସୁରକ୍ଷିତ ରଖିବାର ଆବଶ୍ୟକତା ଅଚ୍ଥି । ଅଯଥା ବାହାରେ ବୁଲିଲେ ସାଥିରେ କରୋନା ଘରକୁ ଯିବ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ସତର୍କ କରାଇ ଦେଇଚ୍ଥନ୍ତି ।

Leave A Reply