Odisha news

ଗଞ୍ଜାମ ଜିଲ୍ଲାରେ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାକୁ ବସିଛି : ଆଜି ସର୍ବାଧିକ ୯୬ ଜଣ ଚିହ୍ନଟ

0
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାକୁ ବସିଛି । ପ୍ରତିଦିନ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ସର୍ବାଧିକ ୯୬ ଜଣ ଚିହ୍ନଟ ହୋଇଥିବାବେଳେ ସଂଖ୍ୟା ୧୩୬୭ରେ ପହଂଚିଛି । ଅନ୍ୟପଟେ ଗୋଟାଏ ଦିନରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବିଗତ ୯ ଦିନରେ ୬ ଜଣଙ୍କ ମୁଣ୍ଡ ଗଡ଼ିଛି ।
ସେହିପରି ଗତ ତିନି ଦିନରେ ୪ ଜଣଙ୍କ ଜୀବନ ନେଇଛି କରୋନା । ସଂକ୍ରମଣଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ବି ସ୍ଥିତି ଧିରେ ଧିରେ ବିଗୁଡ଼ୁଥିବାର ପରିଲକ୍ଷିତ ହେଉଛି । କବିସୂର୍ଯ୍ୟନଗର ପରେ ଏବେ ଛତ୍ରପୁରକୁ ୭ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ବ୍ରହ୍ମପୁରରେ ୪ ଦିନିଆ ସଟଡାଉନର ଆଜି ତୃତୀୟ ଦିବସ ଥିବାବେଳେ ଗତକାଲିଠାରୁ ସହରର ୬ଟି ଅଂଚଳକୁ କନଟେନମେଂଟ ଜୋନ ରୂପେ ଘୋଷଣା କରାଯାଇଛି ।
ସେହିପରି ହିଞ୍ଜିଳିକାଟୁର ଚାରୋଟି ୱାର୍ଡ଼କୁ କନଟେନମେଂଟ ଜୋନ ଘୋଷଣା କରାଯାଇଛି । ଜିଲ୍ଲାରେ ୮୯୨ ଜଣ ସୁସ୍ଥ ହୋଇଥିବାବେଳେ ୪୬୩ ଏବେ ବି ସକ୍ରିୟ ହୋଇ ରହିଛନ୍ତି । ଏସବୁ ଭିତରେ ବି କିଛି ଲୋକ ନିୟମକୁ ଉଲ୍ଲଙ୍ଘନ କରି ରାସ୍ତାରେ ବୁଲୁଥିବାର ଦେଖିବାକୁ ମିିଳିଛି ।
ଏସବୁ ଭିତରେ ବ୍ରହ୍ମପୁର ସହରରେ ଗଠିତ ହୋଇଥିବା ୭୦ଟି ମେଡିକାଲ ଟିମ୍ ଘରକୁ ଘର ବୁଲି ଲୋକଙ୍କଠାରୁ ସ୍ୱାସ୍ଥ୍ୟ ସମସ୍ୟା ଜନିତ ତଥ୍ୟ ସଂଗ୍ରହ କରୁଥିବାବେଳେ ଜିଲ୍ଲାରେ ମଧ୍ୟ ଏହି ଅଭିଯାନ ଜାରି ରହିଛି । ତେବେ କନଟେନମେଂଟ ଜୋନଗୁଡ଼ିକରେ ପୁଣି ଥରେ ମେଡିକାଲ ଟିମ୍ ଯାଇ ତଥ୍ୟ ସଂଗ୍ରହ କରିବେ ଏବଂ କନଟେନମେଂଟ ଜୋନ ବାସିନ୍ଦା ବାହାରକୁ ଯିବା ପାଇଁ କିମ୍ବା ବାହାର ଲୋକ ଭିତରକୁ ଯିବା ପାଇଁ ବାରଣ ହୋଇଥିବାରୁ ପ୍ରଶାସନ ତରଫରୁ ସେମାନଙ୍କୁ ପରିବା ଓ ତେଜରାତି ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଜଣାଇଛନ୍ତି ।
Leave A Reply

Your email address will not be published.