ଧର୍ମଶାଳା : ୨୯ । ୬ ଧର୍ମଶାଳା ବ୍ଲକରେ ଆଜି ୩ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ଏହି ବ୍ଲକରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୧ କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତ ଗୋଟିଏ ପରିବାରର ସ୍ୱାମୀ (୩୫) ସ୍ତ୍ରୀ (୩୦) ଓ ପୁଅ (୮) ବର୍ଷ ହୋଇଥିବା ଜଣାପଡିଛି । ଏମାନେ ଗତ କିଛି ଦିନ ହେଲା ହରିଆନାରୁ ଆସି ନିଜ ପଞ୍ଚାୟତ ଅରେଇକଣାସ୍ଥିତ ସରକାରୀ କ୍ୱାରେଣ୍ଟାଇନ୍ରେ ରହୁଥିଲେ ।
ତାଙ୍କ ସ୍ୱାବ୍ ପରୀକ୍ଷା ପରେ ୩ଜଣଙ୍କ ଠାରେ କରୋନା ପଜେଟିଭ୍ ବହାହାରିଥିଲା । ଏହା ଜଣା ପଡିବାପରେ ଧର୍ମଶାଳା ବିଡିଓ ସ୍ମିତା ରଥ,ତହସିଲଦାର ସରୋଜ କୁମାର ପଣ୍ଡା, ସ୍ଥାନୀୟ ପୋଲିସ ସେଠାରେ ପହଁଞ୍ଚି ତାଙ୍କର ଟ୍ରାଭେଲ୍ ହିଷ୍ଟ୍ରୀ ପଚାରି ବୁଝିଥିଲେ । ପରେ ସେମାନଙ୍କୁ ଡୁବୁରୀସ୍ଥିତ କୋଭିଡ୍ ହସ୍ପିଟାଲକୁ ପଠାଇ ଦିଆଯାଇଥିବା ଜଣାପଡିଛି ।