ପିପିଲି : ପିପିଲି ଉଦ୍ୟାନ ବିଭାଗ ପକ୍ଷରୁ ଚାଷି ମାନଙ୍କୁ ନିମ୍ନ ମାନର ନଡିଆ ଚାରା ଯୋଗାଇ ଦିଆଯାଉଥିବା ନେଇ ଚାଷି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ମିଳିଥିବା ସୁଚନା ମୁତାବକ ପିପିଲି ବ୍ଲକ ଅଧିନସ୍ଥ ତରାକାଜ ନିକଟରେ ଥିବା ସହକାରୀ ଉଦ୍ୟାନ ଅଧିକାରୀଙ୍କ କାର୍ଯ୍ୟାଳୟ ତଥା ଉଦ୍ୟାନ-କୃଷି ତାଲିମ ଓ ସମ୍ପ୍ରସାରଣ କେନ୍ଦ୍ର ପକ୍ଷରୁ ଏମ୍ଜିଏନଆରଜିଏସ୍ ସ୍କିମ୍ରେ ମାଗଣାରେ ନଡିଆ ଚାରା ବ୍ଲକ ଅଧିନସ୍ଥ ପଂଚାୟତ ଚାଷି ମାନଙ୍କୁ ଯୋଗାଇ ଦିଆଯାଉଛି । ଏହି ଚାରା ଗୁଡିକ ଅତି ନମ୍ନମାନର ହୋଇଥିବା ଚାଷିମାନେ ଅଭିଯୋଗ ଆଣିଛନ୍ତି । ଘଟଣା ସମ୍ପର୍କରେ ସହକାରୀ ଉଦ୍ୟାନ ଅଧିକାରୀ ପିପିଲି ରଶ୍ମିରେଖା ପଣ୍ଡାଙ୍କୁ ପଚାରିବାରେ ସେ କୁହନ୍ତି ଏହି ବିଭାଗକୁ ପ୍ରଥମ ପର୍ଯ୍ୟାୟରେ ୪ହଜାର ନଡିଆ ଚାରା ଓଡିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ(ଓଏଆଇସି) ଭୁବନେଶ୍ୱର ପକ୍ଷରୁ ଆସିଛି ।
ତାହା ମଧ୍ୟରୁ ୨୫ଶହ ଚାରା ଠିକ୍ ରହିଥିବା ବେଳେ ୧୫ଶହ ଚାରା ନିମ୍ନ ମାନର ହୋଇଥିବା ରୁ ତାହାକୁ ଫେରାଇ ଦେବାକୁ ସ୍ଥିର କରାଯାଇଥିବା ସେ ଜଣାଇଛନ୍ତି । ପିପିଲି ବ୍ଲକର ମୋଟ୨୫ଟି ପଂଚାୟତ ମଧ୍ୟରୁ ୧୯ଟି ପଂଚାୟତରେ ଏହି ସ୍କିମ୍ ମାଧ୍ୟମରେ ଚାଷିମାନଙ୍କୁ ନଡିଆ ଚାରା ଲଗାଇବା ପାଇଁ ସାମିଲି କରାଯାଇଛି । ନଡିଆ ଚାରାର ମୁଲ୍ୟ ବାହାରେ ୫୦ଟଙ୍କା ହୋଇଥିବା ବେଳେ ଏହି ବିଭାଗ ଚାଷିମାନଙ୍କୁ ମାଗଣାରେ ବଣ୍ଟନ କରୁଛି । ଏହି ଯୋଜନାରେ ଅର୍ନ୍ତଭୁକ୍ତ ଚାଷି ନଡିଆ ଚାରା ଲଗାଇବା ପାଇଁ ୦.୧ହେକ୍ଟରକୁ ୫୮ଟି ଲେବର ପେମେଣ୍ଟ ଜବକାର୍ଡରେ ମାଧ୍ୟମରେ ଦିଆଯାଉଛି । ତତ୍ ସହିତ ନଡିଆ ଚାରାକୁ ବାଡରେ ଆବଧ କରି ରଖିବା ପାଇଁ ନେଟ, ଜୈବିକ ସାର ଓ କୀଟନାଶକ େଓ÷ାଷଧ ମାଗଣାରେ ଚାଷିମାନଙ୍କୁ ଯୋଗାଇ ଦିଆଯାଉଥିବା ଶ୍ରୀମତି ପଣ୍ଡା ଜଣାଇଛନ୍ତି ।