Odisha news

ପିପିଲି ରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ.

0

ପିପିଲି :  ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଶୃଙ୍ଖଳା ରକ୍ଷା ଓ ଏହି ସମ୍ପର୍କିତ ସଚେତନତା ପାଇଁ,ଶନିବାର ଅପରାହ୍ନ ରେ ସ୍ଥାନୀୟ ପିପିଲି ପୋଲିସ ଫୋର୍ସ ଏବଂ କେନ୍ଦ୍ରୀୟ ପୋଲିସ ଫୋର୍ସ ପକ୍ଷରୁ ମିଳିତ ଭାବେ ପିପିଲି ପୌରାଞ୍ଚଳ ସମେତ ଲକ୍ଷ୍ମୀନାରାୟଣ ପୁର ପଂଚାୟତ ର କେତକ ଅଞ୍ଚଳ, ମଧୁପୁର, କଣ୍ଟି ପଂଚାୟତ ର ସ୍ପର୍ଶକାତର ଅଂଚଳ ମାନଙ୍କରେ ରେ ଫ୍ଲାଗ ମାର୍ଚ୍ଚ କରାଯାଇଅଛି. ଏହି ଫ୍ଲାଗ ମାର୍ଚ୍ଚ କାର୍ଯ୍ୟକ୍ରମ ପିପିଲି ଏସ ଡି ପି ଓ ବିରଞ୍ଚିନାରାୟଣ ପତି ଏବଂ ଆଇ ଆଇ ସି ଦୀପକ ଖଣ୍ଡାୟତରାୟ ଙ୍କ ତତ୍ୱାବଧାନ ରେ ହୋଇଥିଲା.ଏଥିରେ ମହିଳା ପୋଲିସ ଫୋର୍ସ ମଧ୍ୟ ସାମିଲ ହୋଇଥିଲେ.

Leave A Reply