ପିପିଲି – ସବ୍ୟୁ- ଶୁକ୍ରବାର ଅପରାହ୍ନରେ ପିପିଲି ସ୍ଥିତ ମାଣିକ ଗାର୍ଡେନ ଠାରେ ଶ୍ରମ ବିଭାଗ ପୁରୀ ଜିଲ୍ଲା ପକ୍ଷରୁ ଏକ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ଶିବିର ଅନୁଷ୍ଠିତ ହୋଇ ଅଛି। ଉକ୍ତ ଶିବିରରେ ପିପିଲି ଏବଂ ଡେଲାଙ୍ଗ ଅଞ୍ଚଳରୁ ୮୨୯ ଜଣ ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ୩ କୋଟି ୬୦ ଲକ୍ଷ ୫୨ ହଜାର ୫ଶହ ଟଙ୍କା ର ଚେକ୍ ପ୍ରଦାନ କରାଯାଇ ଅଛି।ଏଥି ମଧ୍ୟରେ ୯୦ ହିତାଧିକାରୀଙ୍କୁ ମୃତ୍ୟୁ କାଳୀନ ସହାୟତା, ୮୧ ଜଣଙ୍କୁ ଅନ୍ତେଷ୍ଟୀ ସହାୟତା,୩୨୩ଜଣଙ୍କୁ ବିବାହ ସହାୟତା,୩୩୦ ଜଣଙ୍କୁ ଶିକ୍ଷା ସହାୟତା,୫ ଜଣଙ୍କୁ ପ୍ରସୂତି ସହାୟତା ଦିଆଯାଇଛି।ଏହି ଶିବିରରେ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ଜାଳି ଶିବିରକୁ ଉଦ୍ଘାଟନ କରିବା ଶହ ହିତାଧିକାରୀ ଙ୍କୁ ଚେକ୍ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ଵିନ ନନ୍ଦ,ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସ୍ୱାଇଁ, ପିପିଲି ପୌରାଧ୍ୟକ୍ଷ ସେକ ବାବୁ, ପୌରାଧ୍ୟକ୍ଷା ଭାଗ୍ୟବତୀ ମହାରଣା,ଡେଲାଙ୍ଗ ବ୍ଲକ୍ ଅଧ୍ୟକ୍ଷା ବାସନ୍ତୀ ସାହୁ,ଉପାଧ୍ୟକ୍ଷ ଦୁର୍ବାସା ନିସଙ୍କ,ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ, ପ୍ରସନ୍ନ ସାହୁ,ରାଜ୍ୟ ଖାଦ୍ୟ ନିଗମ ସଦସ୍ୟ ପ୍ରିୟବ୍ରତ ସାମନ୍ତରାୟ, ଡିଭିଜିନାଲ ଶ୍ରମ କମିଶନର ଶିବ ଶଙ୍କର ମିଶ୍ର,ପୁରୀ ଜିଲ୍ଲା ଶ୍ରମ ଅଧିକାରୀ ଚୌଧୁରୀ ସୁବ୍ରତ ଜେନା ଉକ୍ତ ଶିବିରରେ ଅତିଥି ଭାବେ ଯୋଗ ଦେଇଥିଲେ।ଆସିଷ୍ଟାଣ୍ଟ ଶ୍ରମ ଅଧିକାରୀ ବିକ୍ରମ କେଶରୀ ପ୍ରଧାନ ଏବଂ ଶ୍ରୀମତୀ ପ୍ରିୟଙ୍କା ପ୍ରିୟଦର୍ଶିନୀ କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ।
