ପିପିଲି- ପୁରୀଜିଲ୍ଲାରେ ପିପିଲି ବ୍ଲକ ରେ ଖୁବଶୀଘ୍ର ଖୋଲିବ ଗ୍ରାମୀଣ ଶିଳ୍ପ ଉଦ୍ୟାନ । ରାଜ୍ଯ ସରକାର ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ଏହି ଶିଳ୍ପ ଉଦ୍ୟାନ ମାଧ୍ଯମରେ ଛତୁ, ଡାଲି, ସସ ,ଟେଣ୍ଟ ହାଉସ, ଛୋଟ ଶୀତଳ ଭଣ୍ଡାର ଭଳି ୫ପ୍ରକାର ସୁବିଧା ଯୋଗାଇ ଦେବେ ବୋଲି ଜଣାପଡିଛି ।ସରକାର ଙ୍କ ପକ୍ଷରୁ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଆର୍ଥିକ ସହାୟତା ସହିତ ସରକାର ଙ୍କ ପକ୍ଷରୁ ଘର ଯୋଗାଇ ଦିଆଯିବ । ପୁରୀ ଜିଲ୍ଲାରେ ଏହା ପ୍ରଥମ ଥର ଭାବରେ ପିପିଲି ବ୍ଲକ ରେ ଖୋଲା ଯାଇ ଥିବା ବେଳେ ପର୍ଯ୍ୟାୟ କ୍ରମେ ଡେଲାଙ୍ଗ ଓ ପୁରୀ ସଦର ବ୍ଲକ ରେ କରାଯିବ ବୋଲି ବିଭାଗୀୟ ଅଧିକାରୀଙ୍କ ସୁଚନା ଦେଇଛନ୍ତି। ପିପିଲି ବ୍ଲକ ରେ ଆନୁଷ୍ଠାନିକ ଭାବେ ଏହି ପ୍ରକଳ୍ପ ର ଶିଳାନ୍ୟାସ କରିଛନ୍ତି ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ । ଜିଲ୍ଲା ରେ ପ୍ରଥମ ଥର ଭାବରେ ପିପିଲି ବ୍ଲକ ରେ ଏହି ସୁବିଧା ସରକାର ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଧାୟକ ଶ୍ରୀଯୁକ୍ତ ମହାରଥି ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି ଅଵସର ରେ ବ୍ଲକ ପରିସରରେ ଯୁବ ଓ ମହିଳା ସସ୍ଵଶିକରଣ ରୁହ ଶିଳାନ୍ୟାସ ସମେତ ୮୪୫ ଜଣ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ବିଧାୟକ ଭତ୍ତାବଣ୍ଟନ କରିଥିଲେ। ଆଜି ର ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷା ଦେବସ୍ବିନୀ ନନ୍ଦ, ଉପାଧକ୍ଷ ପ୍ରଫୁଲ ସ୍ବାଇଁ , ବିଡ଼ିଓ ରଶ୍ମିତା ନାଥ, ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ,ସାଂସଦ ପ୍ରତିନିଧି ନାରାୟଣ ସ୍ବାଇଁ,ଦେବାଶିଷ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।