ଆଗପଛ ହୋଇ ଚାଲିଗଲେ ଦୁଇ ପୁଅ : ବାପା ମା ଙ୍କ ଲୁହ ଆଉ କୋହରେ ଭିଜୁଛି ପୁଅଙ୍କ ଫଟୋ,ଶୋକାକୁଳ ପରିବେଶ ରେ ଫାଟି ପଡୁଛି ଗାଁ
କାକଟପୁର 26/9 ପୁଅ ଟିଏ ପାଇଁ କିଏ କେତେ ଦେବତା ଙ୍କ ପାଖରେ ମାନସିକ କରିଥାଏ l ପୁଅ ଜନ୍ମ ହେଲା ପରେ ବାପା,ମା ର ଖୁସି କହିଲେ ନସରେ l କିନ୍ତୁ ଭଗବାନ ଙ୍କ ସୃଷ୍ଠି ବଡ଼ ବିଚିତ୍ର l ବାପା ଙ୍କ ଆଖି ଆଗରୁ ଦୁଇ ଭେଣ୍ଡା ପୁଅକୁ ନେଇଗଲେ l ଏବେ ଫଟୋକୁ ଧରି କାନ୍ଦି କାନ୍ଦି ଗଡୁଛନ୍ତି ବାପା ମା l ଏହିପରି ଏକ ଘଟଣା ଘଟିଛି କାକଟପୁର ନିକଟସ୍ଥ କନ୍ଦଳପୁର ଗ୍ରାମରେ l ରାମଚନ୍ଦ୍ର ବେହେରା(ଦରିଆ) ଜଣେ ରାଜମିସ୍ତ୍ରୀ ଭାବେ ସାରା ଅଞ୍ଚଳରେ ପରିଚିତ l ଯାହାକିଛି ରୋଜଗାର କରନ୍ତି ସାନ ପୁଅ (ଇଞ୍ଜିନିୟର) ପାଠ ପଢ଼ାରେ ଖର୍ଚ୍ଚ କରୁଥିଲେ l ଦଇବ ର ଲୀଳା ଅଲଗା, ଗତ କିଛି ଦିନ ତଳେ ସାନ ପୁଅ ଅଜୟ (24) ହୃଦଘାତ ରେ ହଠାତ ଚାଲିଗଲା l ଦୁଃଖ ଆଉ କୋହରେ ବଡ଼ ପୁଅକୁ ଚାହିଁ ଅବଶିଷ୍ଟ ଜୀବନ କାଟୁଥିବା ବେଳେ, ଗତ ରବିବାର ରାତ୍ର ରେ ଘରକୁ ଆସୁଥିବା ବେଳେ ନୂଆହାଟ, ପାଣିଛତ୍ର ରାସ୍ତା ରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବଡ଼ ପୁଅ ରାଜେଶ(38) ଚାଲିଗଲା l ଦୁଇ ବର୍ଷ ର ନାତୁଣୀକୁ ଧରି ଦୁଇ ପୁଅ ଙ୍କ ଫଟୋ କୁ ଧରି କାନ୍ଦି ଗଡୁଛନ୍ତି ବାପା,ମା l ମା ର ଚେତା ରହୁନଥିବା ବେଳେ ବାପା (ଦରିଆ) ର ଲୁହରେ ସାରା ଗାଁ ଯେପରି ସ୍ଥାଣୁ ପାଲଟି ଯାଇଛି l କନ୍ଦଳପୁର ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଠି ହୋଇଛି l ଗ୍ରାମବାସୀ, ସାଙ୍ଗସାଥି ବନ୍ଧୁବର୍ଗ, ଆତ୍ମୀୟ ସ୍ୱଜନ ମାନେ ଦୁଇ ଭାଇ ରାଜେଶ ଓ ଅଜୟ କୁ ଝୁରୁଛନ୍ତି l