Odisha news

୨୯ରେ ଘସିପୁରା ବ୍ଳକ କଂଗ୍ରେସ କମିଟି ପକ୍ଷରୁ ବ୍ଳକ ଘେରାଉ

0
କେନ୍ଦୁଝର : ରାଜ୍ୟରେ ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ବେକାରୀ ସମସ୍ୟା, କୃଷକ ସମସ୍ୟା, ନାରୀ ନିର୍ଯାତନା ପ୍ରତିବାଦରେ ଘସିପୁରା ବ୍ଲକ କଂଗ୍ରେସ ପକ୍ଷରୁ ଆସନ୍ତା ୨୯ ତାରିଖରେ ଘସିପୁରା ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରାଯିବ। ଏଥିପାଇଁ ଆଜି ସନ୍ଧ୍ୟାରେ ବ୍ଲକ୍ କଂଗ୍ରେସ କମିଟି ସଭାପତି ସୁବ୍ରତ କୁମାର ଚକ୍ରଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। କଂଗ୍ରେସ କର୍ମୀମାନେ ବ୍ଲକ୍ ଘେରାଉ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜଟଣୀ ବିଧାୟକ ସୁରେଶ ରାଉତରାୟ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା ଯୋଗଦେବେ ବୋଲି ବ୍ଲକ୍ କଂଗ୍ରେସ ସଭାପତି ଶ୍ରୀ ଚକ୍ର ସୂଚନା ଦେଇଛନ୍ତି। ଆଜିର ବୈଠକରେ ଜିଲ୍ଲା କଂଗ୍ରେସ ସଂଗଠନ ସମ୍ପାଦକ ତ୍ରିଲୋଚନ ପରିଡ଼ା, ପୂର୍ବତନ ବ୍ଲକ୍ ସଭାପତି ଦିଲୀପ କୁମାର ଜେନା, ଡିଜିଟାଲ ସମ୍ପାଦକ ତାରିଣୀ ପ୍ରସାଦ ପଟ୍ଟନାୟକ, ବରିଷ୍ଠ ନେତା ଧ୍ରୁବଚରଣ ଚକ୍ର, ବଳରାମ ବେହେରା, ନିରଞ୍ଜନ ଜେନା, ବିପିନ ମାଝୀ, କାଠିଆ ସାହୁ, କୃଷ୍ଣଚନ୍ଦ୍ର ନାୟକ, ଚାରୁଚରଣ ନାୟକ, ପପିନ ବିଶ୍ବାଳ, ଦୈତାରୀ ମହାକୁଡ଼, ଦୀପକ ଜେନା, ଆଶୁତୋଷ ମାଝୀ, ସୁକାନ୍ତ ଜେନା, ସୁରେଶ ତ୍ରିପାଠୀ, ଅଭିଜିତ ଦାସ ପ୍ରମୁଖ ଯୋଗ ଦେଇଥିଲେ ।
Govt
Leave A Reply