ସନାତନ ବା ହିନ୍ଦୁ ଧର୍ମରେ ପିପଳ ବୃକ୍ଷ ବା ଓସ୍ତ ବୃକ୍ଷ କୁ କୁହାଯାଏ ଦେବତା ମାନଙ୍କର ବୃକ୍ଷ । ମାନ୍ୟତା ରହିଛି ଯେ ପ୍ରତିଟି ପତ୍ର ରେ ଦେବତା ମାନଙ୍କର ବାସ ହୋଇଥାଏ । ଏହି ବୃକ୍ଷଟିକୁ ପୂଜା କରିବା ଦ୍ୱାରା ଗ୍ରହ ଶାନ୍ତି ହୋଇଥାଏ । ମାନ୍ୟତା ଅନୁସାରେ ଓସ୍ତ ବୃକ୍ଷ କୁ ପୂଜା କଲେ ସର୍ବଦା ଦେବତା ମାନଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ମାନ୍ୟତା ରହିଛି ମଙ୍ଗଳବାର ଦିନ ଓସ୍ତ ବୃକ୍ଷ ରେ ବିଷ୍ଣୁ ଓ ମାତା ଲକ୍ଷ୍ମୀ ବିରାଜ ମାନ କରି ଥାଆନ୍ତି ।
* ଶାସ୍ତ୍ରରେ କୁହାଯାଇଛି ଯେ ଓସ୍ତ ବୃକ୍ଷକୁ ଯେଉଁ ବ୍ୟକ୍ତି ଲଗାଇଥାଏ ସେ ଚିରଞ୍ଜିବୀ ହୋଇଥାଏ ।
* ରବିବାର ଦିନ ଟିକୁ ଛାଡ଼ି ସପ୍ତାହର ଅନ୍ୟ ସମସ୍ତ ଦିନରେ ଓସ୍ତ ଗଛ ରେ ଜଳାଭିଷେକ କରାଯାଇଥାଏ ତେବେ ଗ୍ରହ ଦୋଷ ଦୁର ହୋଇଥାଏ ।
* ପ୍ରତି ମଙ୍ଗଳବାର ଦିନ ପିପଳ ବୃକ୍ଷ ଚତୁର୍ପର୍ଶ୍ଵରେ ପରିକ୍ରମା କଲେ ଆୟୁ, ଯଶ, ଜ୍ଞାନ ବୃଦ୍ଧି ହୋଇଥାଏ ।
* ମଙ୍ଗଳବାର ଦିନ ଓସ୍ତ ବୃକ୍ଷ କୁ ପରିକ୍ରମା କରି ୧୦୮ ଥର ଓଁ ନମଃ ଶିବାୟ ମନ୍ତ୍ର ଜପ କରିବା ଦ୍ଵାରା ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ ।
* ପ୍ରତି ମଙ୍ଗଳବାର ଓ ଶନିବାର ଦିନ ସନ୍ଧ୍ୟା ସମୟରେ ପିପଳ ବୃକ୍ଷ ମୂଳରେ ଦ୍ଵୀପ ଦାନ କଲେ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
* ଯଦି ଆପଣ ବ୍ୟବସାୟ ରେ ଉନ୍ନତି ଚାହୁଁଛନ୍ତି ତେବେ ପ୍ରତିଦିନ ସ୍ନାନ କରି ସାରି ଓସ୍ତ ବୃକ୍ଷ ରେ ଜଳ ଅର୍ପଣ କରନ୍ତୁ । ଏହାଦ୍ବାରା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ।
* ମଙ୍ଗଳବାର ଦିନ ଓସ୍ତ ପତ୍ରରେ ଗୋଟିଏ ମାଳ ପ୍ରସ୍ତୁତ କରି ସେଥିରେ ସିନ୍ଦୂର ଲଗାଇ ହନୁମାନଙ୍କୁ ଅର୍ପଣ କରନ୍ତୁ ସମସ୍ତ ଅସୁବିଧା ରୁ ମୁକ୍ତି ମିଳିବ ।
