ରସୁଣ ମଧ୍ୟରେ ଗୋଲାପୀ ରଙ୍ଗର ରସୁଣ ଶରୀର ପାଇଁ ବରଦାନ ଅଟେ l ଗବେଷକ ଙ୍କ ମତରେ ଗୋଲାପୀ ରସୁଣ ରେ ଫସଫରସ, ମଙ୍ଗନିଜ, ଜସ୍ତା, କ୍ୟାଲସିୟମ , ଭିଟାମିନ ସି , ଭିଟାମିନ ବି ୬ର ଭରପୁର ମାତ୍ରା ରହିଛି l
କେଉଁଠୁ ଆସିଲା ଏହି ଗୋଲାପୀ ରସୁଣ :-
ବିହାର ର କୃଷି ବିଶ୍ୱବିଦ୍ୟାଳୟ ର ଅଦମ୍ୟ ଚେଷ୍ଟା ଦ୍ୱାରା ଏହି ଗୋଲାପୀ ରସୁଣ ପ୍ରସ୍ତୁତ ହୋଇଛି l ମିଳିଥିବା ସୂଚନା ଅନୁଯାୟୀ ଏହି ରସୁଣ ର ଉତ୍ପାଦନ ଧଳା ରସୁଣ ଠାରୁ ମଧ୍ୟ ଅନେକ ମାତ୍ରାରେ ଅଧିକ l ଇହାଛଡା ଏଥିରେ ଔଷଧୀୟ ଗୁଣ ମଧ୍ୟ ପାରମ୍ପରିକ ରସୁଣ ଠାରୁ ଅନେକ ମାତ୍ରାରେ ଅଧିକ l ଏଥିରେ ସଲଫର ଓ ଆଣ୍ଟି ଅକ୍ସିଡାଣ୍ଟ ଧଳା ରସୁଣ ଠାରୁ ଅନେକ ମାତ୍ରାରେ ରହିଛି l ଏହି ରସୁଣ ମଧ୍ୟ ଶୀଘ୍ର ଖରାପ ହୋଇ ନଥାଏ l
ଗୋଲାପୀ ରସୁଣ ଖାଇବାର ଜବରଦସ୍ତ ଲାଭ :-
*ଗୋଲାପୀ ରସୁଣ ଖାଇବା ଦ୍ୱାରା ରକ୍ତଚାପ ସନ୍ତୁଳନ ହୋଇଥାଏ l ଏଥିରେ ଥିବା ନାଇଟ୍ରୋଜେନ ଅକ୍ସାଇଡ ଓ 𝙷2𝚜 ଭଳି ତତ୍ୱ ବାସଡିଲେଟିଂ ଏଜେଣ୍ଟ ର ଉତ୍ପାଦନ କୁ ଉତେଜିତ କରିଥାଏ l ଯାହାଦ୍ୱାରା ରକ୍ତଚାପ ସନ୍ତୁଳନ ରହିଥାଏ l
* ରସୁଣ ରେ ରହିଥିବା ତତ୍ୱ ଶରୀର ରେ କୋଲେଷ୍ଟ୍ରାଲ ସ୍ତର କୁ ନିୟନ୍ତ୍ରିତ କରିଥାଏ l ଯାହାଦ୍ୱାରା ଏଲଡିଏଲ କୋଲେଷ୍ଟ୍ରାଲ ଅକ୍ସି ଡେଟିଭ ହୋଇଥାଏ ଓ ବ୍ଲଡ଼ ଭେସେଲ ଗୁଡିକ ସୁସ୍ଥ ରହିଥାଏ l
* ଏଲିସିନ ଗୋଟିଏ ଉତେଜିତ ଯୌଗିକ୍ ଅଟେ, ଯାହା ଅତି ସୁନ୍ଦର ମାତ୍ରାରେ ଗୋଲାପୀ ରସୁଣ ରେ ରହିଥାଏ , ଏହା କିଡ଼ନୀ କୁ ସୁସ୍ଥ ରଖିବା ସହ ରକ୍ତ ଚାପ ନିୟନ୍ତ୍ରଣ ରଖିଥାଏ l
* ଗବେଷଣା କହୁଛି ଯେ ଗୋଲାପୀ ରସୁଣ ଆମର ଓଜନ ହ୍ରାସ କରି ଇମ୍ୟୁନ ସିଷ୍ଟମ କୁ ମଜବୁତ ରଖିଥାଏ l ଯାହା ଆଣ୍ଟି ଆକ୍ସିଡାଣ୍ଟ ର ତତ୍ୱ ଓ ଏଲିସିନ ଭଳି ସଲଫର ଯୁକ୍ତ ଯୌଗିକ କାରଣରୁ ହୋଇଥାଏ l
* ଗବେଷକ ଙ୍କ ମତ ଅନୁସାରେ ଗୋଲାପୀ ରସୁଣ ଗୋଟିଏ ପ୍ରକୃତିକ ଆଣ୍ଟି ବାୟଟିକ l ଯାହାକି ଆମକୁ ସମସ୍ତ ରୋଗ ସହ ଲଢ଼ିବା ରେ ସାହାଯ୍ୟ କରିଥାଏ l ନିୟମିତ ଭାବରେ ରସୁଣ ଖାଇବା ଦ୍ୱାରା ସାଧାରଣ ସର୍ଦି , କାଶ ଓ ଫ୍ଲୁ ରୁ ମୁକ୍ତି ମିଳିଥାଏ l ବସେଶ ଭାବରେ ଶ୍ୱାସ ନଳି ରେ ସଂକ୍ରମଣ ମଧ୍ୟ ଠିକ ହୋଇଥାଏ l