ଜନ୍ମ ପରେ ମୃତ୍ୟୁ ସୁନିଶ୍ଚିତ ,ଏହା ଏକ ଅକାଟ୍ୟ ସତ୍ୟ ଅଟେ l ଯିଏ ବି ଏହି ଧରା ପୃଷ୍ଠାରେ ଜନ୍ମ ନେଇଛି ସେ ଦିନେ ନା ଦିନେ ମୃତ୍ୟୁ ବରଣ କରିଥାଏ l ତଥାପି ଏହି ମୁଢ ମଣିଷ ତାହାକୁ ସହଜରେ ଗ୍ରହଣ କରି ପାରି ନଥାଏ l ଆମ ହିନ୍ଦୁ ଧର୍ମରେ ମଣିଷ ମୃତ୍ୟୁ ପରେ ଶୁଦ୍ଧି କ୍ରିୟା ର ବିଶେଷ ଗୁରୁତ୍ୱ ଦିଆଯାଇଥାଏ l ଏହାର ଗୋଟିଏ ବିଶେଷ ମହତ୍ୱ ଗରୁଡ଼ ପୁରାଣରେ ରହିଛି l
– ଗରୁଡପୁରାଣ ଅନୁସାରେ ମୃତ୍ୟୁ ପରେ ପ୍ରତି ମଣିଷ ପ୍ରେତ ଯୋନିକୁ ଯାଇ ଥାଆନ୍ତି ଓ ପରିଜନ ମାନଙ୍କ ଦ୍ୱାରା ଦିଆଯାଇଥିବା ଖାଦ୍ୟକୁ ଗ୍ରହଣ କରି ଥାଆନ୍ତି ଓ ଦିଆଯାଇଥିବା ଜଳ କୁ ପିଇ ଥାଆନ୍ତି l ଅନ୍ତିମ ସଂସ୍କାର ପରେ ୧୩ ଦିନ ପର୍ଯ୍ୟନ୍ତ ଆତ୍ମାର ଶାନ୍ତି ପାଇଁ ସମସ୍ତ କାର୍ଯ୍ୟ କରାଯାଇଥାଏ l ୧୩ ଦିନ ପରେ ଆତ୍ମା ଅନ୍ୟ ଯୋନିକୁ ଯାଇଥାଏ l ଯେଉଁ ବ୍ୟକ୍ତି ମାନଙ୍କର ସୁଧୀ କ୍ରିୟା ଠିକ ଭାବରେ ହୋଇ ନଥାଏ ସେହି ବ୍ୟକ୍ତି ମାନଙ୍କ ଆତ୍ମା ସନ୍ତୁଷ୍ଟ ହୋଇ ନଥାଏ l
– ଗରୁଡ଼ ପୁରାଣ ଅନୁସାରେ ବ୍ୟକ୍ତି ସବୁବେଳେ ନିଜ କର୍ମର ଫଳ ଭୋଗ କରିଥାଏ ତାହା ମୃତ୍ୟୁ ପରେ ମଧ୍ୟ l ଏହାପରେ ସେ ନିଜ କର୍ମ ଅନୁସାରେ ଜନ୍ମ ଲାଭ କରି ଥାଆନ୍ତି l ଯେଉଁ ବ୍ୟକ୍ତିମାନେ ପୁଣ୍ୟାତ୍ମା ହୋଇ ଥାଆନ୍ତି ସେମାନେ କେବେବି ପ୍ରେତ ଯୋନିକୁ ଯାଇ ନଥାନ୍ତି l ମଣିଷ ନିଜ କର୍ମ ଅର୍ଜିତ ଫଳ ଅନୁସାରେ ବିଷ୍ଣୁ ଲୋକ ଯାଇଥାଏ l
– ମୃତ୍ୟୁ ପରେ ଯମଦୂତ ଯେତେବେଳେ ଆତ୍ମା କୁ ନେଇ ଯମପୁରୀ କୁ ନେଇ ଯାଇ ଥାଆନ୍ତି ସେତେବେଳେ ସେହି ସୁକ୍ଷ୍ମ ଶରୀର ର ଆତ୍ମା ଅଲଗା ହେଇଯିବା ପରେ ଶ୍ରାଦ୍ଧ ଦେବା ନିହାତି ଜରୁରୀ ଅଟେ l ଗରୁଡ଼ ପୁରାଣ ଅନୁସାରେ ମୃତ୍ୟୁର ଏକ ବର୍ଷ ପର୍ଯ୍ୟନ୍ତ ମୃତ ବ୍ୟକ୍ତିକୁ ଅନ୍ନ ଓ ଜଳ ଅର୍ପଣ କରିବା ନିହାତି ଆବଶ୍ୟକ ଅଟେ l ଏପରି କରିବା ଦ୍ୱାରା ଆତ୍ମାକୁ ଶାନ୍ତି ମିଳିଥାଏ l କାରଣ ମାନ୍ୟତା ଅନୁସାରେ ଗୋଟିଏ ଆତ୍ମା ଆଉ ଗୋଟିଏ ଜନ୍ମ ପାଇବା ପାଇଁ ନିହାତି ଗୋଟିଏ ବର୍ଷ ସମୟ ଲାଗିଥାଏ l ଯାହା ଆମ ହିନ୍ଦୁ ଧର୍ମରେ ଗ୍ରହଣ କରାଯାଇ ଥାଏ l
– ବିଷ୍ଣୁ ପୁରାଣ ଅନୁସାରେ ସୃଷ୍ଟିର ରଚନା ହେବା ସମୟରେ ବ୍ରହ୍ମାଙ୍କ ପିଠିରୁ ଆମ ପିତୃ ପୁରୁଷ ଉତ୍ପର୍ଣ୍ଣ ହୋଇଥିଲେ l ପିତୃ ପୁରୁଷଙ୍କ ଉତ୍ପର୍ଣ୍ଣ ପରେ ବ୍ରହ୍ମା ସେହି ଶରୀରକୁ ତ୍ୟାଗ କରି ଦେଇଥିଲେ l ପିତର ଙ୍କୁ ଜନ୍ମ ଦେଇଥିବା ଶରୀର ସନ୍ଧ୍ୟା ସମୟ ହୋଇଗଲା l ସେଥିପାଇଁ ପିତୃ ପୁରୁଷ ସନ୍ଧ୍ୟା ସମୟରେ ଶକ୍ତିଶାଳୀ ହୋଇ ଯାଇ ଥାଆନ୍ତି l
Comments are closed.