Odisha news

ଶୀତଋତୁରେ ସପୁରୀ ଖାଇବା ଶରୀର ପକ୍ଷରେ କେତେ ହିତକର ଆସନ୍ତୁ ଜାଣିବା କଣ କହୁଛି ଗବେଷଣା

0
ଅନେକ ଲୋକଙ୍କ ମନରେ ଭୁଲ ଧାରଣା ରହିଛି ଯେ ଶୀତଋତୁରେ ସପୁରୀ ଖାଇବା ଦ୍ୱାରା ଥଣ୍ଡା ଧରିଥାଏ କିମ୍ବା ଥଣ୍ଡା ଜନିତ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ l କିନ୍ତୁ ନିକଟରେ ହୋଇଥିବା ଗୋଟିଏ ଗବେଷଣାରୁ ଜଣା ପଡିଛି ଯେ ସପୁରୀ ଶୀତଋତୁରେ ଆମକୁ ଅନେକ ରୋଗରୁ ମୁକ୍ତି ଦେଇଥାଏ l ଏହା ପୋଷାକ ତତ୍ତ୍ୱରେ ଭରପୁର ହୋଇଥିବା କାରଣରୁ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ l

* ସପୁରୀରେ ଅନେକ ଗୁଡିଏ ପୋଷାକ ତତ୍ୱ ରହିଛି, ଯେପରିକି ଭିଟାମିନ ସି, ଭିଟାମିନ ବି 6,ଫୋଲେଟ , ମଗ୍ନେଶୀୟମ, ଇତ୍ୟାଦି l ଭିଟାମିନ ସି ଇମ୍ୟୁନିଟି କୁ ଷ୍ଟ୍ରଙ୍ଗ କରିଥାଏ l ରୋଗ ସହିତ ଲଢ଼ିବା ପାଇଁ ସାହାଯ୍ୟ କରିଥାଏ l

* ସପୁରୀ ଖାଇବା ଦ୍ୱାରା ପାଚନ କ୍ରିୟା ଠିକ ଭାବରେ ହୋଇଥାଏ l ଏହି ଫଳରୁ ବ୍ରୋମିଲେନ ନାମକ ଗୋଟିଏ ଏଞ୍ଜାଇମ ମିଳିଥାଏ ଯାହା ପ୍ରୋଟିନ ଡାଇଜେସନ କରିବାରେ ସାହାଯ୍ୟ କରିଥାଏ l ଗବେଷଣାରୁ ଜଣା ପଡିଛି ଯେ ଯେଉଁ ବ୍ୟକ୍ତିଙ୍କର ଖାଦ୍ୟ ହଜମ ଠିକ ଭାବରେ ହେଉନାହିଁ ସେମାନଙ୍କୁ ବ୍ରୋମିଲେନ ଦେବା ଦ୍ୱାରା ଠିକ ଭାବରେ ହଜମ ହୋଇଥାଏ l

* କ୍ୟାନ୍ସର ରିସ୍କ କମ କରିବାରେ ସକ୍ଷମ ଅଟେ ସପୁରୀ l ସପୁରୀରେ ଥିବା ବୋମିଲେନ କ୍ୟାନ୍ସର ରୋଧକ ଅଟେ l

* ଭାରତରେ ଅର୍ଥାରଇଟିସ ଗୋଟିଏ ସାଧାରଣ ସମସ୍ୟା , ଏହା ବିଶେଷ ଭାବରେ ବୟସ୍କ ମାନଙ୍କ ନିକଟରେ ଦେଖିବାକୁ ମିଳିଥାଏ l ଆପଣ ଜାଣିଲେ ଅଶ୍ଚଭାର୍ଯ୍ୟା ହେବେ ଯେ ସପୁରୀ ଅର୍ଥାରଇଟିସ  ରୋଗୀ ମାନଙ୍କ ପାଇଁ ଖୁବ ହିତକାରୀ l ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଅର୍ଥାରଇଟିସ ରୋଗୀଙ୍କୁ ଯନ୍ତଣା ରୁ ଆରାମ ଦେଇଥାଏ l

* ହାର୍ଟ ପାଇଁ ସପୁରୀ ରାମବାଣ ଅଟେ l ପଶୁଙ୍କ ଉପରେ ହୋଇଥିବା ଗବେଷଣା ଅନୁସାରେ ସପୁରୀ ହାର୍ଟ କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l ଏହା ରକ୍ତକୁ ପତଳା କରିବା ସହ ବ୍ଳକେଜ ହେବାକୁ ଦେଇ ନଥାଏ l

Leave A Reply