Odisha news

ଫୁଲନଖରା : ବାୟୋ ମେଟ୍ରିକ ବ୍ୟବସ୍ଥା ବନ୍ଦ ରଖିବାକୁ କଣ୍ଟ୍ରୋଲ ଡିଲରଙ୍କ ଦାବି

0

ଫୁଲନଖରା : କରୋନା ଜନିତ ଲକଡ଼ାଉନ ପରିପ୍ରେକ୍ଷୀରେ ଦ୍ୱିତୀୟ ଦଫା ପଡ଼ି ସାମଗ୍ରୀ ସମସ୍ତ ସରକାରୀ ଖୁଚୁରା ଦୋକାନରେ ଆସି ପହଞ୍ଚôଥିବା ଜଣାଯାଇଛି । ମାତ୍ର ସମ୍ପୃକ୍ତ ସାମଗ୍ରୀକୁ ଡିଲରମାନେ ବାୟୋ ମେଟ୍ରିକ ବ୍ୟବସ୍ଥାରେ ବଣ୍ଟନ କରିବାକୁ ଅନିଛା ପ୍ରକାଶ କରୁଛନ୍ତି । ସମ୍ପ୍ରତି କରୋନା ଭୂତାଣୁ ସଂକ୍ରମଣ କ୍ରମଶଃ ବୃଦ୍ଧି ପାଉଥିବାରୁ ଡିଲରମାନଙ୍କୁ ଯୋଗାଇ ଦିଆଯାଇଥିବା ବାୟୋମେଟ୍ରିକ ମେସିନ ନିରାପଦ ନୁହେଁ ।

ଏଣୁ ଖାଉଟିମାନେ ବାୟୋ ମେଟ୍ରିକ ପରିବର୍ତ୍ତେ ଖାତାରେ ଦସ୍ତଖତ କରି ସେମାନଙ୍କ ପଡ଼ି ସାମଗ୍ରୀ ନେବାକୁ ଅନୁମତି ପ୍ରଦାନ ପାଇଁ ତ୍ରିଲୋଚନ ସାହୁ, ବାସନ୍ତୀ ମହାନ୍ତି, ପ୍ରଦୀପ ନାୟକ, ସଂଗ୍ରାମ ରାଉତରାୟ, ମନୋଜ ଦାଶ, ଲୋପାମୁଦ୍ରା ପାତ୍ର, ରବିନାରାୟଣ ଶତପଥି, ପଦ୍ମାବତୀ ସାହୁ, ପ୍ରହ୍ଲାଦ ସାମନ୍ତରାୟ, ସାଧୁଚରଣ ସାହୁ, ସୁଦର୍ଶନ ସାହୁ, ଅନନ୍ତ ଦାସ, ପୁନାନନ୍ଦ ମୁଦୁଲି, ଧୁଳେଶ୍ୱର ସାହୁ, ସନାତନ ବେହେରା, ଗୁଲାମରବାନୀ ଖାଁ, ହୃଦାନନ୍ଦ ମହାନ୍ତି, ବିଭୂତି ବୈଠାଳୁ ପ୍ରମୁଖ ଡିଲରମାନେ ଦାବି କରିଛନ୍ତି ।

ଏହି ମର୍ମରେ ସେମାନେ ବାରଙ୍ଗ ବ୍ଲକ ଯୋଗାଣ ଅଧିକାରୀ ଓ ବିଡ଼ିଓଙ୍କୁ ଲିଖିତ ଜଣାଇବା ସହିତ କୋଭିଡ଼-୧୯ ନୀତିକୁ ପାଳନ ପରିପ୍ରେକ୍ଷୀରେ ସାମାଜିକ ଦୂରତା ବଜାୟ ରଖିବାକୁ ବାୟୋମେଟ୍ରିକ ବ୍ୟବସ୍ଥା ସାମୟୀକ ବନ୍ଦ ରଖିବାକୁ ଅନୁରୋଧ ଜଣାଇଛନ୍ତି ।

Leave A Reply